Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦଳରୁ ଇସ୍ତଫା ଦେବା କଂଗ୍ରେସକୁ ବଡ ଝଟକା ଲାଗିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ।

ସେ ଏହା ମଧ୍ୟ କହିଛନ୍ତି, ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହେଇନଥିଲେ। ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା ଓ ତାର କାମ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପାରଗତା ଲୁଚେଇବା ପାଇଁ ପରାଜୟର ସମୀକ୍ଷା କରାଗଲାନି। ସମୀକ୍ଷା ହୋଇଥିଲେ ପରାଜୟ ପଛର କାରଣ କଣ ଜଣାପଡ଼ିଯାଇଥାନ୍ତା।

ସୂଚନାଯୋଗ୍ୟ, ରାଜ୍ୟର କଂଗ୍ରେସ ସଭାପତି କିଏ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନ ଥିବା ବେଳେ ଷ୍ଟିୟରିଂ କମିଟିକୁ ନେଇ ଦଳରେ ଅସନ୍ତୋଷ ଗୁଞ୍ଚରଣ ହୋଇଛି । ଅନ୍ୟପଟେ ରାଜ୍ୟରେ କଂଗ୍ରେସର ନୂଆ ଷ୍ଟିୟରିଂ କମିଟିକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ଦଳର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଏକ ଫତୱା ଜାରି କରିଛନ୍ତି । କଂଗ୍ରେସ ପକ୍ଷରୁ ଗଣମାଧ୍ୟମକୁ ଆନୁଷ୍ଠାନିକ ବୟାନ ଦଳର ୪ଜଣ ନେତା ହିଁ ଦେଇପାରିବେ ବୋଲି ଅଜୟ କୁମାରଙ୍କ ଦସ୍ତଖତରେ ପ୍ରେସ୍ ରିଲିଜ୍ ଜାରି ହୋଇଛି । ଯାହାକୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ତୀବ୍ର ରୂପ ନେବାର ଆଶଙ୍କା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ