ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ବାଗବର ପଂଚାୟତ ଅନ୍ତର୍ଗତ ଭାଲିଆପଦର ଗାଁ ରାସ୍ତାଦେଇ ଯାଇଥିବା ମେଗା ପ୍ରକଳ୍ପ ପାଇଁ ପାଇପ୍ ବସାଗଲା । ତେବେ ପାଇପ୍ ବସିବା ପରେ କଟା ଯାଇଥିବା ସ୍ଥାନରେ ମରାମତି କାର୍ଯ୍ୟ ଠିକ୍ ଭାବରେ କରାଗଲା ନାହିଁ। ଏବେ ସେଇ ସ୍ଥାନରେ ଦିଆଯାଇଥିବା ସିମେଣ୍ଟ ଓ ବାଲି ତକ ଉପୁଡ଼ି ପଡ଼ି ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଭାଲିଆପଦର ଟାଙ୍ଗର ଠାରୁ ଦଳିତ ବସ୍ତି ରାସ୍ତା ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନିକଟରେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ଏଠାରେ ରାସ୍ତା ଖୋଲି ପାଇପ୍ ବସାଯାଇଥିଲା। ତେବେ ପାଇପ୍ ବସିବା ପରେ ଖାମଖିଆଲି ମନୋଭାବ ନେଇ ମରାମତି କରାଯାଇଥିଲା । ଏହି ରାସ୍ତାଦେଇ ଭାଲିଆପଦର ସମେତ କୁମୁରସିଂହା ଓ ଦେଉଳମୁଣ୍ଡା ବାସୀ ତଥା ଏସବୁ ଗ୍ରାମର ଛାତ୍ରଛାତ୍ରୀ ଯିବାଆସିବା କରିଥାନ୍ତି।ତୁରନ୍ତ ଏହାର ମରାମତି ପାଇଁ ଦାବି ହୋଇଛି।