କଳାହାଣ୍ଡି:୧୯/୦୮(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଠାରେ ବଞ୍ଜରା ସମାଜ ପକ୍ଷରୁ ୯ ଦିନ ଧରି ପାରମ୍ପରିକ ତିଜ ବାଲିଯାତ୍ରା ପର୍ଵ ଉଦଯାପିତ ହୋଇଯାଇଛି। ଏହି ତିଜ ବାଲିଯାତ୍ରା ବଞ୍ଜରା ସମାଜ ମୁଖ୍ୟ ପାରମ୍ପରିକ ପର୍ବ ଅଟେ। ଏହି ପର୍ବକୁ ସେମାନଙ୍କ ଭାଷାରେ ତିରି ପର୍ବ ବୋଲି କହିଥାନ୍ତି। ଏହି ପର୍ବକୁ ବଞ୍ଜରା ସମାଜ ନିଆରା ଢଙ୍ଗରେ ପାଳନ କରିଥାନ୍ତି।ଏଥିରେ ବଞ୍ଜରା ସମ୍ପ୍ରଦାୟର ପୂର୍ବ ପୁରୁଷ ରୁ ଚାଲି ଆସିଥିବା ପରମ୍ପରା,ସଂସ୍କୃତି ଆଦିକୁ ଉଜ୍ଜୀବିତ କରି ପୁରୁଣା ଦିନ ର ସେହି ନିଜ ବଂଶୀୟ ଙ୍କ ଅଭୁଲା ସ୍ମୃତି କୁ ପୁଣି ଥରେ ଉଜାଗର କରିବା ପାଇଁ ଏହି ତିଜ ପର୍ବ ପାଳନ କରାଯାଏ। ଏହି ପର୍ଵ ର ପ୍ରଥମାର୍ଦ୍ଧ ରେ ବଞ୍ଜରା ସମାଜ ର କୁମାରୀ ଝିଅ ମାନେ ନଦୀ ରୁ ବାଳି ଓ ମାଟି ସଂଗ୍ରହ କରି ୯ ତହିଁରେ ୯ ପ୍ରକାର ଶସ୍ୟ ଯଥା ମୁଗ, ବିରି,ମକା,ବାଜରା,ସୋରିଷ,ଜଅ ଆଦି ବୁଣି ବଞ୍ଜରା ସମାଜ ର ଆରାଧ୍ୟ ଦେବୀ ମେରା ମା ଙ୍କ ନିକଟରେ ପୂଜାର୍ଚ୍ଚନା କରି ଗାଁ ର ମଙ୍ଗଳକାମନା ସହ ଚାଷି ଙ୍କ କୃଷି କାର୍ଯ୍ୟ ରେ କୌଣସି ବାଧା ସୃଷ୍ଟି ନହେବା ପାଇଁ ଆରାଧନା କରନ୍ତି। ଏହି ପୂଜାର୍ଚ୍ଚନା କୁ ଭୁକିଆ ବଂଶ ର ପୁଜକ ବିଶୁ ନାଏକ ପୂଜାକାର୍ଯ୍ୟ ତୁଲାଇଥିଲେ। ଏହି ୯ ଦିନ ଗାଁ ରେ କୌଣସି ଘରେ ଆମିଷ ଭୋଜନ ହୁଏ ନାହିଁ। ପ୍ରତିଦିନ ସନ୍ଧ୍ୟାରେ ବଞ୍ଜରା ସମାଜ ର ପୁରୁଷ,ମହିଳା,ଯୁବକ ଯୁବତୀ
ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ସମସ୍ତେ ମିଶି ଡଣ୍ଡା ଓ ଲଢ଼ି ଖେଲ ସହିତ ନାଚ ଗିତର ମଜା ନିଅନ୍ତି। ବାଲିଯାତ୍ରାର ଶେଷ ଦିନରେ ପୁରୁଷ ପିଲା ମାନେ ଧିରି ଥିବା ପେଡ଼ିକୁ ମହିଳା ଝିଅମାନେ ଲାଠି ସାହାଯ୍ୟରେ ମାଡ଼ ମାରନ୍ତି। ଏହି ଦୃଶ୍ୟ ବହୁତ ମନୋରଞ୍ଜନ ଏବଂ ଚିତ୍ତାକର୍ଷକ ହୋଇଥାଏ। ଏହି ଭଳି ଭାବରେ ନଅ ଦିନ ବ୍ୟାପୀ ଏହି ବାଲିଯାତ୍ରା ବା ତିରି ଅନୁଷ୍ଠିତ ହେଉଥିବା ବେଳେ ବଞ୍ଜରା ସମାଜର ବିଭିନ୍ନ ସ୍ଥାନରୁ ବନ୍ଧୁ ବାନ୍ଧବ ପରିଜନ ମାନେ ପହଞ୍ଚି ଏହି ପର୍ବକୁ ଉପଭୋଗ କରିଥାନ୍ତି। ତିଜ ବାଲିଯାତ୍ରା ର ଶେଷ ଦିନରେ ଇଷ୍ଟ ଦେବତା ମେରା ମାଁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳି ଦିଆଯାଏ ଓ ସମସ୍ତେ ମିଶି ପ୍ରସାଦ ସେବନ କରିଥାନ୍ତି। ଆୟୋଜିତ ଏହି ପାରମ୍ପରିକ ପର୍ଵ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରି, ଜିଲ୍ଲା ସମ୍ପାଦକ ବୁଦ୍ଧିରାମ ନାଏକ, ଶିକ୍ଷାବିଦ ଲଲିତ କୁମାର ନାଏକ।ସମେତ ବଞ୍ଜରା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଅତିଥୀ ଭାବେ ଯୋଗ ଦେଇଥିଲେ। ୯ ଦିନ ଧରି ଅନୁଷ୍ଠିତ ତିଜ ବାଲିଯାତ୍ରା ପର୍ଵ କୁ ବଡ଼ ପୁଝାରି ଗୁଡା ଗ୍ରାମ ଓ ଅନ୍ୟ ଗ୍ରାମ ର ସାମାଜିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।