Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼. ମୌମିତା ଦେବନାଥ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା।

କଳାହାଣ୍ଡି:୧୯/୦୮
କଲିକତା ର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତର ଙ୍କୁ ବଳାତ୍କାର ପରେ ବିଭତ୍ସ ହତ୍ୟା ପରେ ସାରା ଦେଶରେ ଡାକ୍ତର ଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଗତ ୯ ତାରିଖରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା ଏହାକୁ ପ୍ରତିବାଦ କରି ଦେଶବ୍ୟାପୀ ଧର୍ମଘଟ ଆନ୍ଦୋଳନ ଜାରି ରହିଛି। ଏହି ଘଟଣା କୁ ପ୍ରତିବାଦ ଓ ବିରୋଧ କରି ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ବଳାତ୍କାର ଓ ଅମାନୁଷିକ ନିର୍ଯ୍ୟାତନା ରେ ମୃତ ମହିଳା ଡାକ୍ତର ଙ୍କ ଅମର ଆତ୍ମା ର ସଦଗତି ଓ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରେ କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓ ସଚେତନ ନାଗରିକ ମଞ୍ଚ ର ମିଳିତ ଆବାହନ ରେ ସଂଧ୍ୟାରେ କୋକସରା ଜଗନ୍ନାଥ ମନ୍ଦିର ରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ରେଲି ରେ ଶତାଧିକ ଯୁବକ,ସାମ୍ବାଦିକ, ସଚେତନ ନାଗରିକ ସାମିଲ ହୋଇ ଘଟଣା କୁ ଦୃଢ଼ ବିରୋଧ କରିବା ସହ ଦୋଷୀ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି।ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ସମସ୍ତ ବର୍ଗର ଲୋକେ ମୃତା ଡ଼. ମୌମିତା ଦେବନାଥ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ଦେବେନ୍ଦ୍ର ମାଝୀ, ସାମ୍ବାଦିକ ସଙ୍ଘ ର ସଭାପତି ଶରତ ଚନ୍ଦ୍ର ରାଉତ, ଉପ ସଭାପତି ସନତ କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ସୁଧାରାମ ସରାଫ,ସହ ସମ୍ପାଦକ ସୁରେଶ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଶୀ, କୋଷାଧ୍ୟକ୍ଷ ଭୋଳାନାଥ ପଟେଲ, ସାଙ୍ଗଠାନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, ସଭ୍ୟ ତ୍ରିଲୋକ୍ୟ ବେଶ୍ରା,କିଶନ ପଟ୍ଟନାୟକ, ତାପସ ରଞ୍ଜନ ରାୟ,ରୂପେନ୍ଦ୍ର ସୁନାନୀ, ଦିଗାମ୍ବର ନାଗ, ରାଧାକାନ୍ତ ହଂସ, କାମେଶ ନାଗ, ସନ୍ତୋଷ ନାୟକ, ରଞ୍ଜନ କୁମାର ସାହୁ,ପଦ୍ମବନ ବେମାଲ, ତ୍ରିନାଥ ବେଶ୍ରା, ଯୋଗୀନ୍ଦ୍ର ବାରିକ, ସମେତ ସଚେତନ ମଞ୍ଚ ରୁ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପେନସନ ଗ୍ରାହୀ ସଙ୍ଘ ସଦସ୍ୟ ଶ୍ରୀନିବାସ ପ୍ରଧାନୀ,କେଶବ ଚନ୍ଦ୍ର ନାଏକ,ଦୁର୍ଗା ପ୍ରସାଦ ପ୍ରଧାନୀ,ତ୍ରିନାଥ ଶବର,ପ୍ରମୋଦ ପ୍ରଧାନୀ,ସୁଶାନ୍ତ ବେହେରା,ଶାରଳା ପ୍ରଧାନୀ,ତ୍ରିଭୁବନ ନାଏକ, ଯାଦବ ସମାଜ ସଭାପତି କୋକସରା ବ୍ଲକ ବିନୋଦ ବିହାରୀ ରାଉତ,ବିନୋଦ ସିଂ,କ୍ଷୀରସିନ୍ଧୁ ପ୍ରଧାନୀ,ଜିତାମିତ୍ର ପ୍ରଧାନୀ ଓ ଅନ୍ୟ ସଚେତନ ଯୁବକ ମାନେ ସାମିଲ ରହିଥିଲେ।
ରିପୋର୍ଟ—ସନତ ପ୍ରଧାନୀ(କଳାହାଣ୍ଡି)

More Stories