Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶ୍ରାବଣ ମାସର ଶେଷ ସୋମବାର କୋଇଲିଘୋଘର ଓ ସିଂହାରପୁର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଝାରସୁଗୁଡା ୧୯/୮ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଐତିହାସିକ ଶୈବପୀଠ କୋଇଲି ଘୋଘର ଏବଂ ସିଂହାରପୁର ଝାଡେଶ୍ୱର ମନ୍ଦିରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବା ଯୋଗୁଁ ସକାଳ ଭୋର ୪ ଟାରୁ ଚିରସ୍ରୋତା ଅହିଡ଼ା ନାଳାରେ ବୁଡ଼ ପକାଇବା ସହ କାକୁଡ଼ିଆ ମାନେ ଭାରରେ ପାଣି ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ଜଣେ ପରେ ଜଣେ ଶାନ୍ତି ଶୃଙ୍ଖଳା ସହିତ ମହାଦେବଙ୍କୁ ଫଳ ଫୁଳ, ବେଳପତ୍ର, ନୈବେଦ୍ୟ, ନାରିକେଳ ଅର୍ପଣ କରି ଧୂପ ଦେଇ ପୂଜାର୍ଚ୍ଚନା ପରେ ଶିବ ମହାପ୍ରଭୁଙ୍କୁ ଜଳାଭିଷେକ କରିଥିଲେ । ଚଳିତ ବର୍ଷର ଶ୍ରାବଣ ମାସ ଶେଷ ସୋମବାର ସହ ରାକ୍ଷୀ ପୂର୍ଣ୍ଣିମା ହୋଇଥିବା ଯୋଗୁଁ ସମସ୍ତ ମନ୍ଦିର ପରିସରରେ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । କୋଇଲିଘୋଘର ବିକାଶ ପରିଷଦ କମିଟି ପକ୍ଷରୁ ସଂପାଦକ ନିର୍ମଳ ପଧାନଙ୍କ ସମେତ ତୁଷାରାମ ପଧାନ, ମହେନ୍ଦ୍ର କୁମାର ସାଏ, ଉତ୍ତମ ନେଗୀ, ନରେନ୍ଦ୍ର ତିହିରିଆ, ଫଡ଼ିନ୍ଦ୍ର ପଧାନ ପ୍ରମୁଖ, ସିଂହାରପୁର ଝାଡେଶ୍ୱର ମନ୍ଦିର ପରିଚାଳନା କମିଟି ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଭକ୍ତ ମାନଙ୍କୁ ଖେଚୁଡ଼ି ପ୍ରସାଦ ବଣ୍ଟନ କରା ଯାଇଥିଲା । ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଏବଂ ଲଖନପୁର ଥାନା ଅଧିକାରୀ ବିନୋଦ ରାଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଭୟ ସ୍ଥାନରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୋଲିସ ଟିମ ନିୟୋଜିତ କରା ଯାଇଥିଲା । କୋଇଲି ଘୋଘର ପୀଠରେ ପ୍ରାୟ ୩୦ ହଜାରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସିଂହାରପୁର ମନ୍ଦିରରେ ମଧ୍ୟ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଝାଡେଶ୍ବର ବାବାଙ୍କୁ ଜଳାଭିଷେକ କରିଥିଲେ ।

More Stories