Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜାପାଲି ମହିମା ଆଶ୍ରମରେ ସାଧୁସନ୍ଥଙ୍କ ନବାନ୍ନ ମହୋତ୍ସବ

ଝାରସୁଗୁଡା ୧୯/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ପଞ୍ଚଗାଁ ମହିମା ଆଶ୍ରମରେ ମହିମା ଧର୍ମାଲମ୍ବୀ ସାଧୁସନ୍ଥ ମାନଙ୍କ ନବାନ୍ନ ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି । ଶନିବାର ସଂଧ୍ୟାରେ ଅଖଣ୍ଡ ଦୀପ ପ୍ରଜ୍ବଳନ ଓ ବ୍ରହ୍ମଧୂନୀ ସ୍ଥାପନ ପୂର୍ବକ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଉତ୍ସବ ଆରମ୍ଭ ହୋଇଥିଲା । ଆଜି ସକାଳ ବ୍ରହ୍ମ ମୁହୂର୍ତ୍ତରେ ବିଶ୍ୱର କଲ୍ୟାଣ ବ୍ରହ୍ମଧୂନୀରେ ଘୃତ ଆହୂତି ଦେଇ ଜଗତର କଲ୍ୟାଣ ନିମନ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ଏବଂ ମହିମା ଧର୍ମର ରୀତିନୀତି ଅନୁସାରେ ନୂଆ ଚାଉଳ,କଦଳୀ,ଗୁଡ଼ ଆଦି ବ୍ୟଞ୍ଜନରେ ପ୍ରସ୍ତୁତ ନବାନ୍ନ ପ୍ରଭୁଙ୍କୁ ଅର୍ପଣ କରା ଯାଇଥିଲା । ଏହାପରେ ସମସ୍ତ ମହିମା ଧର୍ମାଲମ୍ବୀ ସାଧୁସନ୍ଥ ତଥା ଭକ୍ତ ମାନେ ଆଶ୍ରମ ପରିସରରେ ଏକାଠି ବସିଥିଲେ । ମହିମା ଆଶ୍ରମର ସାଧୁ ଚିତ୍ରସେନ ଦାସ, ସ୍ଵରୂପା ଦାସ ଓ ହରିହର ଦାସ ପ୍ରଭୁଙ୍କୁ ଅର୍ପଣ କରା ଯାଇଥିବା ନବାନ୍ନ ବଣ୍ଟନ କରିବା ପରେ ସମସ୍ତେ ଏକା ସାଙ୍ଗରେ ଭକ୍ଷଣ କରିଥିଲେ । ପ୍ରଭୁଙ୍କୁ ଦର୍ଶନ କରିବା ସହ ସାଧୁସନ୍ଥ ତଥା ଭକ୍ତ ଭାଇ ଭଉଣୀ ମାନଙ୍କୁ ଶରଣ ହୋଇ ନୂଆଖାଇ ପର୍ବ ର ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଥିଲେ । ଏହି ଶୁଭ ଅବସରରେ ସାଧୁ ଚିତ୍ରସେନ ଦାସ, ସ୍ୱରୂପ ଦାସ ଓ ହରିହର ଦାସ, ବଡ଼ଭାଇ ଭକ୍ତ ବିରଞ୍ଚି ସାହୁ, ଲକ୍ଷ୍ମୀନାରାୟଣ ସାହୁ, ଆତ୍ମାରାମ ପ୍ରଧାନ, ଜୟ ରାମ ଭୋଇ,ପଞ୍ଚାନନ ପ୍ରଧାନ, ଥଣ୍ଡାରାମ ବେହେରା, ବାସୁଦେବ ପ୍ରଧାନ, କୁନିଲତା ସାହୁ. କନକଲତା ସାହୁ, ଅମୂଲ୍ୟ ବେହେରା, ବେଦମତି ପ୍ରଧାନ,ସୀତା ଗୌଡ, ନଟ ଭୋଇ, ଭକ୍ତ ଯୋଗେନ୍ଦ୍ର,ଭକ୍ତ ଚନ୍ଦ୍ରଜ଼ ଆନନ୍ଦ ଗୌଡ଼ଙ୍କ ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହିମା ଧର୍ମାଲମ୍ବୀ ଭକ୍ତ ମାନେ ଆସି ଯୋଗ ଦେଇଥିଲେ । ବିଶ୍ୱର କଲ୍ୟାଣ ପାଇଁ ସାଧୁ ସନ୍ଥ ଭକ୍ତ ବୃନ୍ଦ ଓ ମାଆ ମାନେ ଧୂନୀ ରେ ଘୃତ ଆହୂତି ଦେଇ ଜଗତ ର ଉନ୍ନତି ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରି ଥିଲେ ।

More Stories