Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତl ହାଇ ସ୍କୁଲ ରେ ତିନୋଟି ଶ୍ରେଣୀ ରେ 285 ଜଣ ଛାତ୍ରଛାତ୍ରୀ ଙ୍କୁ ପଢ଼ାଉଛନ୍ତି ତିନି ଜଣ ଶିକ୍ଷକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମାହାରାଜପୁର ବ୍ଲକ ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଦେଖା ଦେଇଛି ଶିକ୍ଷକ ମରୁଡି। ଏହି ଉଚ୍ଚ ବିଦ୍ୟାଳୟରେ ପ୍ରଥମେ ଆଠ ଜଣ ଶିକ୍ଷକ ଥିବା ବେଳେ ସମୟ କ୍ରମେ ଛଅ ଜଣ ଶିକ୍ଷକ ଅବସର ଗ୍ରହଣ କରିସାରିଲେଣି l ଏବେ ଏହି ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଅଛନ୍ତି l ଜଣେ ପ୍ରଧାନ ଶିକ୍ଷକ ଆଉ ଜଣେ ହିନ୍ଦୀ ଶିକ୍ଷକ ଏବଂ ଆଉ ଜଣେ ଗଣିତ ଶିକ୍ଷକ ଅଛନ୍ତି l ଏହି ବିଦ୍ୟାଳୟ ରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ର ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଛନ୍ତି ଓ ବିଦ୍ୟାଳୟ ରେ ଏବେ ଛାତ୍ର , ଛାତ୍ରୀ ସଂଖ୍ୟା ୨୮୫ ଜଣ । ସୂଚନା ଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଖୋଜ ପଧାନ ଅବସର ଗ୍ରହଣ କରିବେ । ଫଳରେ ଏହି ଉଚ୍ଚ ବିଦ୍ୟାଳୟଟି ଦୁଇଟି ଶିକ୍ଷକ କୁ ନେଇ ଚଳିବ l ଜଣେ ପ୍ରଧାନ ଶିକ୍ଷକ ଏବଂ ଜଣେ ହିନ୍ଦି ଶିକ୍ଷକ ରେ ସ୍କୁଲ ଚାଲିବ l ଏବେ ଚିନ୍ତାରେ ଛାତ୍ର,ଛାତ୍ରୀ l ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ଅଭିଭାବକ ଓ ପୂର୍ବତନ ଛାତ୍ର/ଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ୫୫ ଜଣ ଅବିଭାବକ ଓ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଆସନ୍ତା ଗୁରୁବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନିଆଗଲା l ଏହାର କୌଣସି ପ୍ରତିକାର ନ ହେଲେ ଆଗାମି ଦିନରେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଅଭିଭାବକ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଏହି ବୈଠକରେ ନିଷ୍ପତ୍ତି ନେଇଛନ୍ତି l