Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଉଚ୍ଚ ରକ୍ତଚାପ ସଚେତନତା କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଉଚ୍ଚ ରକ୍ତଚାପ ସଂପର୍କିତ ଏକ ସଚେତନତା ସଭା ମଙ୍ଗଳବାର ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ମୁକେଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥିଭାବେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଏବଂ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ମଂଚ଼ାସୀନ ଥିଲେ । ସନ୍ତୁଳିତ ଆହାର , ନିୟମିତ ବ୍ୟାୟାମ ସହ ମାଦକ ଦ୍ରବ୍ୟ ତ୍ୟାଗ ଦ୍ୱାରା ଆମେ ଉଚ୍ଚ ରକ୍ତଚାପ ପରି ନୀରବ ଘାତକ ରୋଗରୁ ନିଜକୁ ଦୂରେଇ ପାରିବା ବୋଲି ମଂଚାସୀନ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହା ବ୍ୟତୀତ ୩୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଅଣସଂକ୍ରାମକ ରୋଗ ନିରୂପଣ ପାଇଁ ନିଜ ଆଶାକର୍ମୀଙ୍କ ସହ ଯୋଗାଯୋଗ କରିବାକୁ ସଭାରେ ସୂଚନା ଦିଆ ଯାଇଥିଲା । ସଭାରେ ବରିଷ୍ଠ ନାଗରୀକଙ୍କ ସମେତ ୩୦ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଶାନ୍ତ କୁମାର ମେହେର ସ୍ୱାଗତ ଜଣାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ରାଜେଶ କୁମାର ମେଣ୍ଡେଳୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ପରିତୋଷ ହୋତା , ମିଲୁ ମେହେର ପ୍ରମୂଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ