ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପାଲି ଗାଁ ର ଟିକିରାପଡ଼ା ସାହିରେ ପୁଣି ଝାଡାବାନ୍ତି ରେ ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ସୂଚନା ଥାଉ କି ପୁରୁଷୋତ୍ତମ ପାଲି ର ଟିକିରା ପଡା ସାହି ରେ ଗୋଟିଏ ପରିବାର ର ୫ ଜଣ ଆକ୍ରାନ୍ତ ହୋଇଥିବା ଡାକ୍ତରଖାନା ସୂତ୍ର ରୁ ପ୍ରକାଶ l ସାହି ର ଯୋଗେଶ୍ୱରି କର୍ଣ୍ଣ (୫୦) , ମଣ୍ଟୁ କର୍ଣ୍ଣ (୨୫) , ପିଣ୍ଟୁ କର୍ଣ୍ଣ (୨୨) , ଚିଣ୍ଟୁ କର୍ଣ୍ଣ (୧୨), ସର୍ବେ କର୍ଣ୍ଣ (୩୦) ମଙ୍ଗଳବାର ସମସ୍ତେ ଝାଡାବାନ୍ତି ରେ ପୀଡ଼ିତ ହୋଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l ସର୍ବେ ଙ୍କୁ ଗାଁ ରେ ବୀରମହାରାଜପୁର ଏମ ଏଚ୍ଚ ୟୁ ଟିମ୍ ଘରେ ଚିକିତ୍ସା କରିଥିବା ବେଳେ ବର୍ତ୍ତମାନ ତାଙ୍କ ଠାରେ ଝାଡା ବାନ୍ତି ନିୟନ୍ତ୍ରଣ ଥିବା ଜଣାଯାଇଛି l ସୂଚନା ଅନୁସାରେ ସାହି ରେ ଥିବା ଏକ ଖୋଲା କୂଅ ରୁ ପାଣି ସାହି ର ଅନେକ ପରିବାର ବ୍ୟବହାର କରୁଥିବା ରୁ ସେହି କୂଅ ରୁ ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି l ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ମାନସ ନାୟକ, ଫାର୍ମାସିଷ୍ଟ ଗଦାଧର ସୁରୁଜାଲ୍, ଭାନୁମତୀ ହାତୀ ଙ୍କ ସହିତ ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ , ଏ ଏ ଏନ ଏମ ଦିଦି ସମସ୍ତ ସାହି ବାସିନ୍ଦା ଙ୍କୁ ଖୋଲା କୂଅ ପାଣି ବ୍ୟବହାର କରିବାକୁ ମନା କରିବା ସହିତ ପାଣି ଗରମ କରି କି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି I ସମସ୍ତ ଙ୍କୁ ସାବୁନ, ଓଆରଏସ, ଔଷଧ ସବୁ ବଣ୍ଟନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ଡ଼ାକ୍ତରୀ ଦଳ ସନ୍ଧ୍ୟା ପର୍ଯ୍ୟନ୍ତ ଗାଁ ରେ ଉପସ୍ଥିତ ଥିଲେ l ସେହିପରି ପୋଡଶି ବର୍ଡା କଟା ଗାଁ ରେ ମଧ୍ୟ ଆଜି ଜଣେ ଆକ୍ରାନ୍ତ ଥିବା ବେଳେ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି l