Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ବିଶ୍ବକଲ୍ୟାଣ ପାଇଁ ବିଶ୍ବଶାନ୍ତି ମହାଯଜ୍ଞ ଶୋଭାଯାତ୍ରା ଆୟୋଜିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ପବିତ୍ର ତ୍ରିବେଣୀ ସଂଗମ ରାମେଶ୍ବର ମନ୍ଦିରରେ ସନ୍ଥ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଦୁଇ ଦିନ ଧରି ଏହି ମହାଯଜ୍ଞ ହୋଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ୟାସିଙ୍କ ସହିତ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଏଥିରେ ବିଶ୍ବରେ ଶାନ୍ତିପ୍ରତିଷ୍ଠା ପାଇଁ ଶତାଧିକ ସାଧୁ ସନ୍ୟାସି ମାନଙ୍କ ସମାଗମ ହୋଇଥିବା ବେଳେ ଦିବାରାତ୍ର ହୋମ ଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ସହିତ ହଜାରେ ଆଠ ମନ୍ତ୍ର ଉଚ୍ଚାରଣ ପୁର୍ବକ ବିଶ୍ବକଲ୍ୟାଣ ପାଇଁ ଆହୁତି ପ୍ରଦାନ କରାଯାଇଥିଲା। ଏହି ସମାରୋହ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତଥା ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏହି ସନ୍ଥ ସମ୍ମିଳନୀ ଓ ମହାଯଜ୍ଞର ଆୟୋଜନ କରାଯାଇଥିଲା। ଗତ ଦୁଇଦିନ ଧରି ରାମେଶ୍ବର ମନ୍ଦିରରେ ସନ୍ଥ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ କରାଯାଇଥିବା ବେଳେ ଆଜି ସାଧୁ ସନ୍ୟାସିଙ୍କ ସହିତ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାର କଳା କୌଶଳ ପ୍ରଦର୍ଶନ କରି ଥିବା ବେଳେ ହିନ୍ଦୁ ବିରାଙ୍ଗନା ତରୁଣି ମାନେ ଅସ୍ତ୍ର ଚାଳନା,ଲାଠି ଚାଳନା ଆଦି ସାମରିକ କଳା କୌଶଳ ପ୍ରଦର୍ଶନ କରିବା ସହିତ ବିଶ୍ବଶାନ୍ତିର ବାର୍ତ୍ତାଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ