Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାର୍ଗଶୀର ମlହାର ଘର ଖଣ୍ଡିଏ ନ ଥିବାରୁ ବିକଳ ଅବସ୍ଥାରେ ଧାଆଁନ୍ତି ବାରଦୁଆର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଦୁର୍ଜନତୈଲା ଗାଁ ର ମାର୍ଗଶିର ମାହାର ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି । ସରକାରଙ୍କ ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ସେ ଅବେଦନ କରିଥିଲେ ମଧ୍ୟ ତାଙ୍କୁ ମିଳିପାରିନାହିଁ । ତେଣୁ ଘର ଖଣ୍ଡିଏ ପାଇଁ ହଟହଟା ହେଉଛନ୍ତି। ସୂଚନା ଅନୁଯାୟୀ,ଦୁର୍ଜନତୈଲା ଗାଁ ର ମାଗଶିର ମାହାର ତାଙ୍କ ପତ୍ନୀ ସୁମିତ୍ରା ମାହାର ପୂର୍ବରୁ ଦୁର୍ଜନତୈଲା ଗାଁ ରେ ଅଳ୍ପ ଜାଗାରେ ରହୁଥିଲେ ସେଠାରେ ତାଙ୍କ ଘର ଭାଙ୍ଗି ଯିବା ଫଳରେ ଉକ୍ତ ପଞ୍ଚାୟତ ମାଳିଦାଦାର ଗାଁ ଠାରେ ଥିବା ତାଙ୍କ ଜମିରେ ଭଙ୍ଗା ଦଦରା ଘରେ ପାଲ ଟାଣି ରହୁଛନ୍ତି। ପରିବାରଟି ନିହାତି ଗରିବ ହୋଇଥିବାରୁ ଭଲ ଘରଖଣ୍ଡିଏ କରିପାରିନାହାନ୍ତି। ଘରଟିକୁ ମରାମତି କରିପାରୁନଥିବାରୁ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ତେଣୁ ସେହି ଭଙ୍ଗା ଦଦରା ଘର୍ ଉପରେ ପାଲ ଦେଇ ଉଭୟ ଦମ୍ପତି ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି । ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠୁଁ ଆରମ୍ଭ କରି ବିଡିଓ ଓ ଜନପ୍ରତିନିଧି ମଧ୍ୟ ଗୁହାରି କରିଥିଲେ। ମାତ୍ର ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ବୋଲି ମାଗଶିର କହିଛନ୍ତି l ବ୍ଳକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଆବାସ ଘର ଯୋଗାଇ ଦେବାକୁ ଦାବି ହେଉଛି l