Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲେଇ ହାଇ ସ୍କୁଲ ରେ ‘ ବୃକ୍ଷ ଆମ ଭାଇ ‘ କାର୍ଯ୍ୟକ୍ରମ

ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ହାଇସ୍କୁଲ ରେ “ବୃକ୍ଷ ଆମ ଭାଇ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଶଙ୍ଖସିନ୍ଧୁ ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ଉଦଘାଟନ କରିଥିଲେ l ଗଣିତ ଶିକ୍ଷକ ହୃଷିକେଶ ପଧାନ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଛାତ୍ରୀ ବିଦ୍ୟାଳୟ ପରିସର ରେ ଥିବା ଗଛ ଗୁଡିକୁ ରାକ୍ଷୀ ବାନ୍ଧି ବନ୍ଦାପନା କରିଥିଲେ। ଭାଇ କୁ ଯେପରି ସୁରକ୍ଷା ପାଇଁ ସେମାନେ ମାନସିକ କରିଥାନ୍ତି ସେହିପରି ବୃକ୍ଷ କୁ ମଧ୍ୟ ସୁରକ୍ଷା କରିବେ ବୋଲି ଶପଥ ନେଇଥିଲେ।ଶିକ୍ଷକ ଅନିରୁଦ୍ଧ ପାଢ଼ୀ , ପ୍ରଫୁଲ୍ଲ ସାହୁ , ସାନ ଡାଙ୍ଗ ସମେତ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।