Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋଲେରୋ ଗାଡି କୁ ଧକ୍କା ଦେଲା ଟ୍ରାକ, ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର।

କଳାହାଣ୍ଡି:୨୩/୦୮
ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡି କୁ ଏକ ଟ୍ରକ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଉଛନ୍ତି କଲମପୁର ବ୍ଲକ ବିଟିକୋଟ ଗ୍ରାମ ର ଦିଲୀପ ନାଏକ ବୋଲି ସୂଚନା ମିଳିଛି। ଆଜି ମହୁଳପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲ କୁ ନେବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସମସ୍ତଙ୍କୁ ଆମ୍ବୁଲାନ୍ସ ରେ ଜୁନାଗଡ଼ ଡ଼ାକ୍ତର ଖାନା ରେ ନେଇ ଭର୍ତ୍ତି କରାଯାଇଛି। ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ରିପୋର୍ଟ–ସନତ ପ୍ରଧାନୀ(କଳାହାଣ୍ଡି)

More Stories