Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଯୁକ୍ତ ଦୁଇ କଲେଜ ରେ ରେଡ ରିବନ କ୍ଳବ ଆନୁକୂଲ୍ୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସୁବଳୟା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ଵନାଥ ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏଡ଼ସ କାରଣ ଓ ନିରାକରଣ ପାଇଁ ସଚେତନତା ସମ୍ପର୍କ ରେ ଅବଗତ କରାଇଥିଲେ । ଅଧକ୍ଷ ଭୋଳାନାଥ କର୍ମୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଯୁବ ରେଡ଼କ୍ରସ ପରାମର୍ଶ ଦାତା ଦେବାଶିଷ ପଧାନ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅଧ୍ୟlପକ ରମାକାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ରେ ସଞ୍ଜୟ କୁମାର ମେଣ୍ଡିଲି , ଅର୍ପିତା ନାଏକ , ମିତା ପଧାନ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଦିଲ୍ଲୀପକୁମାର ମେହେର ଗୋପାଳ ଭୋଇ ଓ ଶମ୍ଭୁ ସାହୁ ସହଯୋଗ କରିଥିଲେ।