Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଃଶାସନ ନାୟକ ଙ୍କୁ “ସଙ୍ଗମ ସାମ୍ବାଦିକ ରତ୍ନ ସମ୍ମାନ”

ଅସ୍ତରଙ୍ଗ: ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ,ନିମାପଡ଼ା ବ୍ଲକ ର ବାମନାଳ ଗ୍ରାମ ପଞ୍ଚାୟତ ର ଓଲମରା ଗ୍ରାମର,ତ୍ରିନାଥ ମଣ୍ଡପ ଠାରେ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ,ସଙ୍ଗମ ଅକ୍ଷୟ ମିଳନ ୨୦୨୩ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,ସାହିତ୍ୟ ଆଲୋଚନା,ଝୋଟି,ମୁରୁଜ,କାନ୍ଦଣା, ହୁଳ ହୁଳି,ଶଙ୍ଖ ବାଦନ,ପ୍ରତିଯୋଗିତା ଓ ପୁରସ୍କାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଙ୍ଗମ ର ସଭାପତି ଶ୍ରୀ ଗଙ୍ଗାଧର ଓଝା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାଂସ୍କୃତିକ ସଭାରେ,ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ମନୋଜ କୁମାର ନାୟକ,ଅନୁଷ୍ଠାନର କାର୍ଯ୍ୟାବଳୀ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥି ଭାବେ,କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ର ପୁରସ୍କାର ପ୍ରାପ୍ତ କବି, ଡକ୍ଟର ବଇଁଶୀ ଧର ଷଡ଼ଙ୍ଗୀ,ବ୍ୟଙ୍ଗ କବି ସତ୍ୟାନାସ,ଓ ସମ୍ପଦ ରଥ, ସ୍ତମ୍ଭକାର ଲଲାଟେନ୍ଦୁ ପଲାଉରୀ,କବି ସରୋଜିନୀ ରଥ,ପ୍ରଫୁଲ୍ଲ କୁମାର ମହାନ୍ତି, ନାରାୟଣ ମୁଦୁଲି,ନୃସିଂହ ମହାପାତ୍ର,ବୁଲୁ ସାହୁ ପ୍ରମୁଖ ଯୋଗ ଦେଇ,ସାରସ୍ୱତ ପ୍ରତିଭା ବଳରେ ପ୍ରତିଟି ହୃଦୟକୁ ସଙ୍ଗମ କିପରି ଜୟ କରି ଆଗେଇ ଚାଲିଛି, ସେ ବିଷୟରେ ଭିନ୍ନଭିନ୍ନ ମତ ବ୍ୟକ୍ତ କରିଥିଲେ । ଏହି ସମାବେଶରେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ଙ୍କୁ “ସଙ୍ଗମ ସାମ୍ବାଦିକ ରତ୍ନ ୨୦୨୩”ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇ ଥିବା ବେଳେ,ପରିବେଶବିତ୍ ସୋଭାକର ବେହେରା, କାକଟପୁର ଅଞ୍ଚକର ସାମ୍ବାଦିକ ରିତାରାଣି ସେଠ୍,ସଞ୍ଜୟ ପତି,ସମୀର କର,ସନ୍ତୋଷ ଦାସ,ସମାଜସେବୀ ସବିତା ପୃଷ୍ଟି,ଆଦି ଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଔପଢୋକନ ଓ ଫୁଲ ତୋଡା ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ଭାରତ ଚନ୍ଦ୍ର ସାହୁ ।