Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାପଥର କଲେଜରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ବ୍ଲକ ଅନ୍ତର୍ଗତ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଅଧ୍ୟାପିକା ଦେବଯାନୀ ମେଶୁଆ ସ୍ଵାଗତ ଭାଷଣ ଦେଇଥିଲେ l ଅଧ୍ୟାପକ ରାମ ପଧାନ ସାମ୍ପ୍ରତିକ ସମୟରେ ଗଙ୍ଗାଧର ସାହିତ୍ୟର ଉପାଦେୟତା ଉପରେ ବକ୍ତବ୍ଯ ରଖିଥିଲେ l ଡ. ରଘୁନାଥ ମେହେର ମୁଖ୍ଯବକ୍ତା ଭାବରେ ଯୋଗଦେଇ କବିଙ୍କ କାବ୍ୟକୃତି ଉପରେ ଆଲୋକପାତ କରିଥିଲେ I ଛାତ୍ର ମହେଶ ଦତ୍ତ ମିଶ୍ର ଓ ଛାତ୍ରୀ ସୋନାଲିକl ଗଙ୍ଗାଧରଙ୍କ ଜୀବନି ଉପରେ ଆଲୋଚନା କରିଥିଲେ I ଶେଷରେ ଅଧ୍ୟାପକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I