Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୋଷେଇ ଘରେ ଗ୍ୟାସ୍ ସିଲିଣ୍ଡର ରୁ ନିଆଁ ଲାଗି ଘର କରଣl ପୋଡିବା ସଙ୍ଗେ କଣl ହେଲା ଘର ଛାତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଯୁଧିଷ୍ଠିରପୁର ଗ୍ରାମର ରାଜୁ ବାଦୀଙ୍କ ସ୍ତ୍ରୀ ଘରେ ରୋଷେଇ କରିବା ସମୟରେ ଶୁକ୍ରବାର ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା । ଏଥିରେ ଏକ ମୋବାଇଲ ଫୋନ୍, ହେଲମେଟ ସମେତ କିଛି ଶାଢ଼ୀ ଓ ଅନେକ ଘରୋଇ ଆସବାବପତ୍ରର କ୍ଷତି ହୋଇଥିବା ଜଣାପଡ଼ିଛି। ଘରର ଛାତ ମଧ୍ୟ ଫାଟି ଯାଇଥିବା ଜଣାପଡ଼ିଛି। ପରିବାର ଲୋକେ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ତହିଁରେ ବିଫଳ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଭରତଲାଲ ଏକ୍କାଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି । ଉକ୍ତ ପରିବାର ଅଳ୍ପକେ ରକ୍ଷା ପାଇଯାଇ ଥିବାବେଳେ ପ୍ରଶାସନ ଶୀଘ୍ର ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହୋଇଛି।