Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂପ୍ରତିକ ପରସ୍ଥିତିରେ ଖାଦ୍ୟ ସୁରକ୍ଷା ସହ, ଜୈବିକ ଖାଦ୍ୟକୁ ପ୍ରାଧାନ୍ୟ ଦେବାର ସମୟ ଆସିଛି। : ପଦ୍ମଶ୍ରୀ ସାବରମତି।

ଗୋପାଳପୁର ,୨୪/୦୮
ସାରା ବିଶ୍ବରେ ଖାଦ୍ୟ ସଂକଟ ବଢିବାରେ ଲାଗିଥିବା ବେଳେ ଖାଦ୍ୟ ସୁରକ୍ଷା ତଥା ଜୈବିକ ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ପଦ୍ମଶ୍ରୀ ସାବରମତି। ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ବ୍ରହ୍ମୁପୁର ବିଶ୍ବବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର ବକୃତା କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ଆଧୁନିକ ଜୀବନଚର୍ଯ୍ୟାରେ ବିମୋହିତ ହୋଇ ଆଜିକାର ଛାତ୍ରଛାତ୍ରୀମାନେ ବହୁ ଅପମିଶ୍ରିତ ଓ ବିଷାକ୍ତ ଖାଦ୍ୟ ଖାଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ଏହାର ପ୍ରତିକାର ସ୍ବରୂପ ଆମେ ଜୈବିକ ଖାଦ୍ୟ ଓ ସନ୍ତୁଳିତ ଖାଦ୍ୟ ବ୍ୟବହାର କରିବା ଉଚିତ। “ଆମେ ଓ ଆମ ଖାଦ୍ୟ” ସଂପର୍କତ ଏକ ସ୍ବତନ୍ତ୍ର ବକୃତାରେ ଉଦବୋଧନ ଦେଇ ପଦ୍ମଶ୍ରୀ ସାବରମତି ଏହା କହଛନ୍ତି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା କାର୍ଯ୍ୟକ୍ରମରେ କୁଳସଚିବ ସୁଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଏନଏସଏସ ବ୍ୟୁର ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ ସଂଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକର୍ଷଣ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏଥିରେ ସମସ୍ତ ବିଭାଗର ପ୍ରାଧ୍ୟାପକ, ବଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ, ଏନଏସଏସ ସ୍ବେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗ ଦେଇଥିଲେ। ଶେଷରେ କୁଳପତି ପଦ୍ମଶ୍ରୀ ସାବରମତିଙ୍କୁ ଉପଠୌକନ ଓ ସ୍ମାରକ ଦେଇ ସମ୍ମାନୀତ କରିଥିଲେ।