Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜାପୁର ମହାବିଦ୍ୟାଳୟ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଶନିବାର ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି |ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଂଚାୟତ ସମିତି ମହାବିଦ୍ୟାଳୟ, ଉଲୁଣ୍ଡାର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ | ସୋନପୁର ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ସୌରଭ ରଞ୍ଜନ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ |ଏହିଅବସର ରେ ମୁଖ୍ୟ ବକ୍ତା ଡ. ପାଣ୍ଡିଆ କହିଥିଲେ ଗଙ୍ଗାଧର ସାହିତ୍ୟ ହେଉଛି ରହସ୍ୟମୟ ସାହିତ୍ୟ, ଯାହାର ଅନେକ ଅନାଲୋଚିତ ଦିଗ ରହିଛି | ସମ୍ମାନିତ ଅତିଥି ଡ. ଖମାରୀ କହିଥିଲେ ଗଙ୍ଗାଧର ହେଉଛନ୍ତି ପରମ୍ପରା , ପୁରୋଦୃଷ୍ଟି , ଆଦର୍ଶ ଓ ସାର୍ବଜନୀନ ମୂଲ୍ୟବୋଧର କବି ବୋଲି ବକ୍ତବ୍ୟ ରଖିଥିଲେ | ସଭାର ସଭାପତି ଡ. ପାଢୀ ଗଙ୍ଗାଧରଙ୍କ ସାହିତ୍ୟରେ ରାଜଧର୍ମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ଖଣ୍ଡଗିରି ମେହେର କାବ୍ୟ ସମ୍ଭାର ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି କହିବା ସହିତ ଆଗାମୀ ଦିନରେ ଏହି ଉତ୍ସବ ବୃହତ ଆକାରେ ଆୟୋଜନ କରିବାକୁ କହିଥିଲେ | ଓଡ଼ିଆ ସମ୍ମାନ ଛାତ୍ରୀ ସୃଜନୀକା ପଣ୍ଡା , ଝୁନୁ ସାହୁ , ଚନ୍ଦ୍ରିକା କର୍ଣ୍ଣ , ଗଙ୍ଗାଧରଙ୍କ ବ୍ୟକ୍ତିଗତ ଓ ସାରସ୍ୱତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ | ଓଡ଼ିଆ ବିଭାଗ ମୁଖ୍ୟ ସୂର୍ଯ୍ୟନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ସୃଜନୀକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ , ଛାତ୍ରଛାତ୍ରୀ ଯୋଗଦେଇଥିଲେ | ଉତ୍ସବ ଆୟୋଜନରେ ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ I