Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଳ ପାଣିକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ଅଚିର ଗଛ ରୋପଣ କାର୍ଯ୍ୟକ୍ରମ।

ଗୋପାଳପୁର,୨୫/୦୮
ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ କୋଳିଥିଗାଁ ପଞ୍ଚାୟତ କୁ ବାହ୍ୟ ମଳମୁକ୍ତ ଗାଁ ସହ ଗାଁ ରୁ ବାହାରୁଥିବା ଅଳିଆ ସମୂହ କୁ ବ୍ୟବସ୍ଥାପକ ଢଙ୍ଗ ରେ ବ୍ୟବହୃତ କରିବା ଲକ୍ଷ୍ୟ ନେଇ ପାଇଲେଟ ଗ୍ରାମ ଭାବେ ଚିହ୍ନଟ କରାଯାଇ ଗାଁ ରେ ରହିଥିବା ନାଳରେ ଉଭୟ କଡ଼ରେ ଅଚିର ଗଛ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହି ଗଛ ନାଳରେ ପ୍ରବାହିତ ହେଉଥିବା ଓ ଜମା ହେଉଥିବା ସ୍ଥାନରେ ଦୂଷିତ ଜଳ କୁ ପ୍ରଦ୍ୟୁଷଣ ମୁକ୍ତ କରିବା ସହ ପରିବେଶ କୁ ଅମ୍ଳଜାନ ପ୍ରଦାନ କରିବ। ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଜଗମୋହନ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣ ର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସେନିଟେସନ ଏକ୍ସପର୍ଟ ଯଜାତି ପାତ୍ର, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ସମସ୍ତ ପଞ୍ଚାୟତ ଜନପ୍ରତିନିଧି ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଏହି ପଞ୍ଚାୟତ କୁ ସମ୍ପୂର୍ଣ ବାହ୍ୟ ମଳମୁକ୍ତ ପଞ୍ଚାୟତ ଭାବେ ଗଢି ତୋଳିବା ସହ ପାଇଖାନା ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା,ଘରୁ ବାହାରୁଥିବା ଅଳିଆ କୁ ପଞ୍ଚାୟତ ପକ୍ଷରୁ ଗାଡି ବ୍ୟବହାର କରାଯାଇ ଆଦାୟ କରାଯାଇ ସେଗୁଡ଼ିକ ର ଉଚିତ ବ୍ୟବହାର କରିବା ଆଦି ଲକ୍ଷ୍ୟ ରଖାଯାଇଛି।