ଉଲୁଣ୍ଡା : (ସୌମିତ୍ରି ମେହେର) ପ୍ରଭାବଶାଳୀ ବ୍ୟକ୍ତି ସରକରୀ ଜମି କୁ ଜବର ଦଖଲ କରୁଥିବା ବେଳେ ରାସ୍ତା ଘାଟ ରେ ବର୍ଷା ପାଣି ଜମି ଅସ୍ଵାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଇଛି I ପାଣି ନିଷ୍କାସନ ହୋଇ ନ ପାରି ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଥିବାରୁ ଲୋକେ ନିଜ ନିଜ ଘରୁ ବାହାରକୁ ବାହାରିବା କଷ୍ଟକର ହେଉଥିବାବେଳେ ପିଲା ସ୍କୁଲ କଲେଜ କୁ ଯିବା ଆସିବା ପାଇଁ ଅସୁବିଧା ହେଉଥିବା ଜଣାପଡ଼ିଛି I ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମରେ ଦେଖା ଦେଇଛି ଏଇ ଭଳି ସମସ୍ୟା I ଗ୍ରାମବାସୀଙ୍କ କହିବା କଥା ସରକାରୀ ଜମି , ଗୋଚର ଜମି , ରାସ୍ତା ଘାଟ ଆଦି ଜବର ଦଖଲ କରିଛନ୍ତି କେତେକ ପ୍ରଭାବଶାଳୀ ବ୍ୟକ୍ତି I ଗାଈ ଗୋରୁଙ୍କ ଚରlଭୂମି ନଥିବା ବେଳେ କିଛି ମୁଷ୍ଟିମେୟ ଲୋକ ଘର ତିଆରି କରି ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ମଧ୍ୟ କରିଛନ୍ତି I ଏ ନେଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଡାକ ଯୋଗେ ପ୍ରଦାନ କରିଛନ୍ତି I ଏହାର ନକଲ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ , ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର , ଜିଲ୍ଲାପାଳ ସୁବର୍ଣ୍ଣପୁର , ବୀରମହାରାଜପୁର ଉପଜିଲ୍ଲାପାଳ ଓ ଉଲୁଣ୍ଡା ତହସିଲଦାର ଙ୍କୁ ମଧ୍ୟ ଡାକ ଯୋଗେ ପଠାଇଛନ୍ତି I