ବୀରମହାରାଜପୁର ର ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ଶିକ୍ଷା ଉପରେ ସଚେତନ କଲା କୌଶିକ ରଥ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ପରିକ୍ରମା କରୁଥିବା କୌଶିକ ରଥ ପ୍ରଥମେ ଧର୍ମଶାଳା ହାଇସ୍କୁଲ ପହଁଚି ଥିବାବେଳେ ପରେ ବୀରମହାରାଜପୁର ହାଇସ୍କୁଲ ରେ ପହଞ୍ଚିଥିଲା I ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ସଚେତନତା କରୁଥିବା ଏହି ରଥ କୁ ସ୍ଵାଗତ କରିଥିଲେ ବୀରମହାରାଜପୁର ବାଳକ ଓ ବାଳିକା ହାଇ ସ୍କୁଲ ର ଛାତ୍ରଛାତ୍ରୀ I ସୋମବାର ଏ ଅବସରରେ ଛାତ୍ରଛାତ୍ରୀମାନେ ରଥ ଭିତରେ ଥିବା ଆଧୁନିକ ଜ୍ଞାନକୌଶଳ ରେ ନିର୍ମିତ ବିଭିନ୍ନ ଯନ୍ତ୍ରାଂଶ ବାବଦରେ ଅବଗତ ହୋଇଥିଲେ I ଉକ୍ତ କୌଶିକ ରଥ ରେ ସମ୍ବଲପୁର ଉପ ନିର୍ଦ୍ଦେଶକ , ଏମପ୍ଲୟମେଣ୍ଟ ଶଙ୍କର ଚରଣ ମୁର୍ମୁ , ସୁବର୍ଣ୍ଣପୁର ଜିଲ୍ଲା ଆଇ ଟି ଆଇ ଓ ପଲିଟେକନିକ୍ ଶିକ୍ଷାନୁଷ୍ଠାନ ର ବୈଷୟିକ ପରାମର୍ଶ ଦାତା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ରଥ ବିଷୟ ରେ ଓ ବୈଷୟିକ ଶିକ୍ଷା ଉପରେ ଅବଗତ କରାଇ ଥିଲେ I କାର୍ଯ୍ୟକ୍ରମରେ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ , ଆଇଟି ଶିକ୍ଷକ ପଞ୍ଚାନନ ମେହେର ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବାଳକ ଓ ବାଳିକା ହାଇ ସ୍କୁଲ ର ଉପସ୍ଥିତ ଥିଲେ l ଏହାପରେ ରଥ ସୁବଳୟା ହାଇସ୍କୁଲ ଅଭିମୁଖେ ବାହାରି ଥିଲା I