ଉଲୁଣ୍ଡା ଡାକ୍ତରଖାନା ରୁ ବାହାରିଲା ଡେଙ୍ଗୁ ରୋଗ ସଚେତନତା ରଥ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡେଙ୍ଗୁ ରୋଗ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଡ଼ାକ୍ତରଖାନା ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ସବୁଜ ପତାକା ଦେଖାଇ ଏହି ସଚ଼େନେତା ରଥର ଶୁଭାରମ୍ଭ କରିଥିଲେ। ଡେଙ୍ଗୁ ରୋଗ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଗାମୀ ସେପ୍ଟେମ୍ବର ୫ ତାରିଖ ଯାଏଁ ଉଲୁଣ୍ଡା ବ୍ଳକର ବିଭିନ୍ନ ପଞ୍ଚାୟତରେ ଏହି ରଥ ବୁଲିବ । ଏଠାରେ ସୂଚ଼ନାଯୋଗ୍ୟ ଯେ ୧ ଅଗଷ୍ଟରୁ ୩୦ ସେପ୍ଟେମ୍ବର ୨୦୨୪ ଯାଏଁ ଡ଼େଙ୍ଗୁ ରୋଗର ପ୍ରତିକାର ଓ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ନିର୍ଦ୍ଧାରିତ ଦିବସରେ ଡ୍ରାଏ ଡ଼େ ପାଳନ ସହ ମଶା ଅଣ୍ଡାଦେବା ସ୍ଥାନ ନଷ୍ଟ କରିବା ଏବଂ ବ୍ୟକ୍ତିଗତ ଯୋଗାଯୋଗ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପ୍ରକ୍ରିୟା ଚାଲୁଅଛି । ଏହା ବ୍ୟତିତ ସିଏଚଓ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ଫୋକସ ଗୃପ ଆଲୋଚନାସବୁ ଆୟୋଜିତ ହେଉଛି । ଆଜିର କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ସୁଧାଂଶୁ ଶେଖର ସେଠୀ , ସ୍ୱାସ୍ଥ୍ୟ ପରିଦର୍ଶକ ପଞ୍ଚାନନ ହୋତା , ପ୍ରଶାନ୍ତ କୁମାର ମେହେର , ସ୍ୱାସ୍ଥ୍ୟକର୍ମୀ ରାଜେଶ ମେଣ୍ଡେଲି , ବଟକୃଷ୍ଣ ପଣ୍ଡା , ବିଡ଼ିଏମ ରାଜେନ୍ଦ୍ର ଦେହୁରୀ , ଏମଆରଏ ମିଳୁ ମେହେର , ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ।