ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର


ବେଲଗୁଣ୍ଠା, 28/08, ରାସ୍ତା ଉପରେ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣରୂପେ ଜଳି ଯାଇଛି ଏକ ଇଣ୍ଡିଗୋ କାର୍ I ଘଟଣାଟି ଘଟିଛି ବେଲଗୁଣ୍ଠା ବ୍ଳକ୍ ର କଣ୍ଟେଇପଲ୍ଲୀ ଏବଂ ଷଡ଼ଙ୍ଗୀ ପଲ୍ଲୀ ରାସ୍ତାରେ I ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ OD07J8200 ନମ୍ବର୍ ବିଶିଷ୍ଟ ଏକ ଇଣ୍ଡିଗୋ ଧଳା ରଙ୍ଗର କାର୍ ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ କାର୍ ଭିତରୁ ପ୍ରଥମେ ଧୂଆଁ ବାହାରିଥିଲା I ଏହା ଦେଖି କାର୍ ଚାଳକ ଏବଂ ସେଥିରେ ବସିଥିବା ଅନ୍ୟଜଣେ ବ୍ୟକ୍ତି ତୁରନ୍ତ ଗାଡିକୁ ରାସ୍ତାକଡ଼ରେ ଅଟକାଇ ବାହାରକୁ ଚାଲି ଆସିଥିଲା I ପରେ କାର୍ ଟି ହୁତୁ ହୁତୁ ହୋଇ ଜଳିବା ସହ ସମ୍ପୂର୍ଣ୍ଣରୂପେ ପୋଡ଼ି ନଷ୍ଟ ହୋଇଯାଇଥିଲା I ରାସ୍ତା ଉପରେ ଏମିତି ଭାବରେ ଗାଡ଼ିଟି ଜଳିଯିବାର ଦୃଶ୍ଯ ଅଞ୍ଚଳ ବାସୀଙ୍କ ମନରେ ଭୟ ସୃଷ୍ଟି କରିଥିଲା I ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ I କାର୍ ଜଳିଯିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ କାର୍ ଲାଗିଥିବା ଏସି ଅତ୍ୟଧିକ ଗରମ ହୋଇ କାର୍ ରେ ନିଆ ଲାଗିଯାଇଥିବା ଅନୁମାନ କରାଯାଉଛି ।