ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ କେନଝିରିଆପାଲି ପଂଚାୟତ ଅନ୍ତର୍ଗତ ବାରଝୁଲା ଗାଁରେ ଡାଇରିଆ (ଝାଡା ବାନ୍ତି)ରେ ୯ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ଗତ ୨୫ ତାରିଖ ସନ୍ଧ୍ୟା ରେ ତ୍ରିବିକ୍ରମ ପଧାନ (୬୨) , ବିଶ୍ଵାମିତ୍ର ପାତ୍ର (୪୦) , ରଘୁମଣି ପଧାନ(୬୫) , ସୁଦାମ ଷlଣ୍ଢ ( ୩୧) , ଚନ୍ଦ୍ରମଣୀ ଅଦlବର(୪୫) , ଗୋବିନ୍ଦ ଖେତି (୮) ଙ୍କୁ ଅତ୍ୟଧିକ ଝାଡା ବାନ୍ତି ହେବାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବିରାମହରାଜପୁର ମୁଖ୍ୟ ଚିକିତ୍ସାଲୟ କୁ ନିଆ ଯାଇଥିଲା l କିନ୍ତୁ ପରଦିନ ପୁଣି ଘରମଣୀ ବେହେରା (୫୫) , ରାମଚନ୍ଦ୍ର ବେହେରା (୪୧)ଙ୍କୁ ବିରାମହରାଜପୁର ଡାକ୍ତରଖାନା ନିଆଯାଇଥିଲା l ତେବେ ମଙ୍ଗଳବାର ପୁଣି ତିନିଜଣ ଙ୍କୁ ମିଶାଇ ଗାଁ ରେ ମୋଟ ୯ ଜଣ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି l ଖବର ପାଇ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ଗାଁରେ ପହଁଚି ଗ୍ରାମବାସୀ ଙ୍କୁ ସଚେତନତା କରାଉଛନ୍ତି l ସେହିଭଳି ଅଙ୍ଗନ ବାଡ଼ି କର୍ମୀ , ଆଶା କର୍ମୀ ଘରକୁ ଘର ବୁଲି ଗାଁରେ ବିଚିଂ ପାଉଡର ଏବଂ ଓ ଆର ଏସ ବଣ୍ଟନ କରିବା ସହିତ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ସଚେତନତା କରାଉଛନ୍ତି l ଗାଁ ଲୋକେ ନିକଟସ୍ଥ ହରିହର ଯୋରର ଦୁଷିତ ପାଣି ବ୍ୟବହାର କରୁଥିବାରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଧିକ ଚିକିତ୍ସା ପାଇଁ ସମସ୍ତ ରୋଗୀ ମାନଙ୍କୁ ବିରମହlରାଜପୁର ରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିବା ଜଣାପଡିଛି l ଆଗକୁ ଡାଇରିଆ ବ୍ୟାପିବା ନେଇ ସ୍ଥାନୀୟ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହେଉଛି ତେଣୁ ପ୍ରଶାସନ ଏଥିପ୍ରତି ଯଥା ଶୀଘ୍ର ଉପଯୁକ୍ତ ପଦକ୍ଷେପ ତଥା ସଚେତନତାର ଆବଶ୍ୟକତା ରହିଛି l