Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଲ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେସନ ମାମଲା।ଦଲିଲ୍ ଲେଖାଳି ସମେତ ୭ ଜଣଙ୍କ ନାମରେ ଥାନାରେ ଏତଲା ଦେଲେ ତହସିଲଦାର।

ଗୋପାଳପୁର,୨୮/୦୮
କନିଷି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ ଜାଲ ଭୋଟର ପରିଚୟପତ୍ର ରେ ଜମି ରେଜିଷ୍ଟ୍ରେସନ କରିବା ମାମଲାରେ ରେ ତତ୍କାଳୀନ କନିଷି ତହସିଲଦାର ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଦଲିଲ ଲେଖାଳି ସମେତ ୭ ଜଣଙ୍କ ନାମରେ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ କନିଷି ତହସିଲ ଅନ୍ତର୍ଗତ ଦୁମଦୁମି ରାଜସ୍ବ ନୀରିକ୍ଷକ ଙ୍କ ଅଧିନରେ ରହିଥିବା ଖାତା ନଂ ୨୪୯ ଓ ୨୫୨ ର ପ୍ରାୟ ୧.୯୪୨୦ ଏକର ଓ ୧.୯୪୦୦ ଏକର ଜମିକୁ କନିଷି ସବ ରେଜିଷ୍ଟ୍ରାର ଅଫିସ ରେ ଜାଲ ଭୋଟର କାର୍ଡ ରେ କିଣିବିକା କରାଯାଇଥିଲା।ଏଥିରେ ରିଙ୍କୁ ନାହାକ ଙ୍କ ସମେତ ପି ପ୍ରଭାକର ରାଓ,ଅନିଲ ପାଢ଼ୀ, ପରମେଶ୍ବର, ରଞ୍ଜନ ପ୍ରାଧାନ୍, ସୁରେଶ ଦଳାଇ ସମେତ ଦଲିଲ ଲେଖାଳି ମଣ୍ଟୁ ପାତ୍ର ପ୍ରମୁଖ ସାମିଲ ରହିଥିବା ନେଇ ପୂର୍ବତନ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।ଶ୍ରୀ ଶତପଥି ଙ୍କ ପକ୍ଷରୁ ଭୋଟର ପରିଚୟପତ୍ର ଯାଞ୍ଚ ସମୟରେ ତାହା ଜାଲ ବୋଲି ଜଣାପଡିବା ପରେ କାଣାବିକା ଦଲିଲ କୁ ମଧ୍ୟ ନାକଚ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୪୧/୨୪ ରେ ଏକ ମାମଲା ରୁଜୁ ତଦନ୍ତ କରାଯାଉଛି।