ଖଣ୍ଡହତl ଆୟୁର୍ବେଦ ଚିକିତ୍ସାଳୟ କୁ ଏଲୋପାଥିକ ଡାକ୍ତରଖାନା ର ମାନ୍ୟତା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରlଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ଆୟୁର୍ବେଦ ଚିକିତ୍ସାଲୟ ୧୯୮୫ ମସିହାରେ ସ୍ଥାପିତ ହୋଇଥିଲା l ତତ୍କାଳୀନ ସରକାର ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଖଣ୍ଡହତl ଠାରେ ଏକ ସରକାରୀ ଆୟୁର୍ବେଦୀୟ ଚିକିତ୍ସାଳୟ ସ୍ଥାପନା କରିଥିଲେ l ହେଲେ ବହୁ ସମୟରେ ଡ଼ାକ୍ତର , କମ୍ପାଉଣ୍ଡର ଆଦି କେହି ରହୁ ନ ଥିବାବେଳେ ଆବଶ୍ୟକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଉ ନାହିଁ I ଫଳରେ ଜନସାଧାରଣଙ୍କୁ ମୌଳିକ ସାସ୍ଥ୍ୟ ସେବା ପହଂଚାଇବାରେ ସମର୍ଥ ହୋଇପାରୁ ନାହିଁ । ସୁବର୍ଣପୁର ଜିଲ୍ଲାର ଏହି ଉପାନ୍ତ ଅଂଚଳରେ ବସବାସ କରି ରହୁଥିବା ଜିଲ୍ଲାର ଖଣ୍ଡହତା ସମେତ ସଂଗ୍ରାମପୁର , କମିରା , ବହଲପଦର ଆଦି ପଞ୍ଚାୟତ ବାସୀ ତଥା ସମ୍ବଲପୁର ଜିଲ୍ଲାର ତ୍ରିବଣପୁର , ଭରତାପୁର ଗ୍ରାମପଂଚାୟତର ପ୍ରାୟ ୪୦ ହଜାର ଜନସାଧାରଣ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି । ଖଣ୍ଡହତା ଗ୍ରାମପଂଚାୟତ ମୂଖ୍ୟାଳୟ ଉପରେ ନିର୍ଭର କରୁଥିବା ଏହି ଗ୍ରାମପଂଚାୟତ ମାନଙ୍କର ଅନୁନ୍ନତ ଗ୍ରାମ ଗୁଡିକରେ ରାସ୍ତାଘାଟ ତଥା ଯୋର , ନାଳ , ଜଙ୍ଗଲ ଘେରି ରହିଥ‌ିବାରୁ ଲୋକମାନେ ପ୍ରାଥମିକ ସାସ୍ଥ୍ୟସେବା ପାଇ ନ ପାରି ବହୁତ ହଇରାଣ ହରକତ ହେଉଛନ୍ତି l ଦୂରରେ ଥିବା ଡାକ୍ତରଖାନାକୁ ଯିବା ପାଇଁ ଅଧୁକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଏଠାରେ ଅବସ୍ଥାପିତ ଆୟୁର୍ବେଦ ଚିକିତ୍ସାଳୟ କୁ ଉନ୍ନୀତ କରି ଏକ ଏଲୋପାଥିକ ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର (PHC) ର ମାନ୍ୟତା ଦେଲେ ଅଂଚଳର ଜନସାଧାରଣ ସଠିକ ସାସ୍ଥ୍ୟ ସେବା ପାଇପାରିବେ । ଏ ସଂମ୍ପର୍କରେ ଗତକାଲି ଭୁବନେଶ୍ୱର ଯାଇ ଓଡିଶାର ସ୍ୱାସ୍ଥ୍ୟମନ୍ତୀ ମୁକେଶ ମହାଳିଙ୍ଗ ଙ୍କୁ ଭେଟି ଦାବୀ କରିବା ସହିତ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ବିରମହlରାଜପୁର ବିଧାୟକ ରଘୁନାଥ ଜଗଦଳା ଙ୍କୁ ମଧ୍ୟ ପତ୍ର ମlଧ୍ୟମରେ ଜଣାଇଛନ୍ତି l ଏଥିରେ ଖଣ୍ଡହତl ସରପଞ୍ଚ ଜୟଶ୍ରୀ ଦେହୁରୀ , ଶରତ ଭୋଇ , ବିଜୟ କୁମାର ପଧାନ , ସଂଜୀବ ଲୌରିଆ , ଅକ୍ଷୟ କୁମାର ଶଙ୍ଖୁଆ , ସୁଦାମ ଗାଈଗରିଆ , ଜଗବନ୍ଧୁ ବେରିହା ପ୍ରମୁଖ ଦାବୀ କରିଛନ୍ତି l