ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଶିଘ୍ର କାର୍ଯ୍ୟକ୍ଷମ ପାଇଁ ଦାବି ହେଉଛି। ଉକ୍ତ ରକ୍ତ ସଂରକ୍ଷଣ ଗୃହ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଛି । ଫଳରେ ରୋଗୀମାନଙ୍କୁ ରକ୍ତ ଆବଶ୍ୟକ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରକୁ ଡବା ଧରି ଯିବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ଫଳରେ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି। ପୂର୍ବରୁ ଏ ବିଷୟରେ ଅନେକ ଥର ଅଭିଯୋଗ କରି ଶୁଦ୍ଧl କୌଣସି ସୁଫଳ ମିଳିପାରିନାହିଁ । ଚିକିତ୍ସାଲୟର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା , ଜିଲ୍ଲା ଚିକିତ୍ସାଧିକାରୀ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ‘ସିୟା’ ସମ୍ପାଦକ ସୁଦାମ ଗାଇଗରିଆ ଲିଖିତ ଆକାରରେ ଜଣାଇଛନ୍ତି।