Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ କନେଷ୍ଟବଳ କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ ଘଟଣାରେ ଜଣେ କୋର୍ଟ ଚାଲାଣ।

ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ରାସ୍ତା ରେ ଜଣେ ଏ ପି ଆର କନେଷ୍ଟବଳ କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ କରିଥିବା ମାମଲାରେ ପୁଲିସ ଆଜି ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ବିଜିପୁର ର ସଞ୍ଜୟ କୁମାର ମହାନ୍ତି (୨୩) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ନୂଆ ଛତ୍ରପୁରର ବାସିନ୍ଦା ତଥା ଆମ୍ବପୁଆ ପୁଲିସ ବ୍ୟାରେକ ରେ ଏ ପି ଆର କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଗଣେଶ ରେଡ୍ଡୀ ଗତ ମାର୍ଚ୍ଚ ୨୮ ତାରିଖ ଦିନ ସାନ କୁଶସ୍ଥଳୀ ରାସ୍ତା ଦେଇ ଅପରାହ୍ନ ସମୟରେ ଘରକୁ ଫେରୁଥିବା ବେଳେ ୪/୫ ଯୁବକ ଗଣେଶ ଙ୍କ ମୋଟରସାଇକେଲ କୁ ଅଟକାଇ ଧମକ ଚମକ ଦେବା ସହ ତାଙ୍କର ମୋବାଇଲ ଓ ପକେଟ ରେ ୨ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ।ଘଟଣା ନେଇ ଗଣେଶ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୧୦୬/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା। ପୁଲିସ ପକ୍ଷରୁ ଏକ ସୁତ୍ରରୁ ଖବର ପାଇ ବିଜୁପର ଅଞ୍ଚଳରେ ଚଢ଼ାଉ କରି ସଞ୍ଜୟ କୁ କାବୁ କରିବା ପରେ ସେ ଓ ତାର ଅନ୍ୟ ସାଙ୍ଗ ମାନେ ଘଟଣାରେ ସମ୍ପୃକ୍ତ ରହିଥିବା ସ୍ବୀକାର କରିଥିଲେ। ପୁଲିସ ପକ୍ଷରୁ ଅଭିଯୁକ୍ତ ସଞ୍ଜୟ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ସାରଦା ଦାସ ପ୍ରକାଶ କରିଛନ୍ତି