Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁରୁଷୋତ୍ତମପାଲି ରେ ପୁଣି ଝାଡ଼ା ବାନ୍ତି ନେଲା ଆଉ ଏକ ଜୀବନ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପାଲି ଗାଁ ରେ ଝାଡାବାନ୍ତି ରୋଗ ଯୋଗୁଁ ଆଉ ଜଣଙ୍କର ଜୀବନ ଯାଇଛି I ମୃତକ ଜଣକ ହେଲେ ପ୍ରେମଶିଳା ବେହେରା (48) I ସେ ଗତ ବୁଧବାର ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହେବା ପରେ ପ୍ରଥମେ ବୀରମହାରାଜପୁର ଓ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଥିଲା l ହେଲେ ଝାଡା ବାନ୍ତି ନ କମିବାରୁ ତାଙ୍କୁ ବୁର୍ଲା ଦିଆଯାଉଥିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା l ସୂଚନା ଯୋଗ୍ୟ ଯେ କିଛିଦିନ ଆଗରୁ ଉକ୍ତ ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଝାଡ଼ା ବାନ୍ତି ରୋଗରେ 15 ଜଣ ଆକ୍ରାନ୍ତ ହୋଇ ଥିଲେ I ମେଡିକାଲ ଟିମ୍ ଗ୍ରାମକୁ ଯାଇ ଔଷଧ ବଣ୍ଟନ କରିଥିବା ବେଳେ ପ୍ରଶାସନ ଙ୍କ ନିର୍ଦ୍ଦେଶ କ୍ରମେ ଚିକିତ୍ସକଦଳ ଗାଁରେ ରହି ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହିତ ସଚେତନ କରିଥିଲେ I ଫଳରେ ରୋଗ ନିୟନ୍ତ୍ରଣ ରେ ରହିଥିଲା I