Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁଲନ୍ତା ଅବସ୍ଥାରେ ହାବିଲଦାରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଜିଲ୍ଲା ୬ ନମ୍ବର ବାଟାଲିୟନର ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ହାବିଲଦାର ହେଲେ ତ୍ରିଲୋଚନ ସେଠୀ । ଆଜି ସକାଳେ ଜଣେ କର୍ମଚାରୀ ହାବିଲଦାରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ଅନ୍ୟ କର୍ମଚାରୀଙ୍କୁ ଖବର ଦେଇଥିଲେ । ଏହାସହ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।

ଚାଉଳିଆଗଞ୍ଜ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହାବିଲଦାରଙ୍କ ମୃତ୍ୟୁ କିପରି ଘଟିଲା ? ମୃତ୍ୟୁ ପଛରେ କାରଣ କ’ଣ ? ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛି ତାହାର ତଦନ୍ତ କରୁଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ