Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅବସରରେ କଲେଜ କ୍ୟାଲେଣ୍ଡର 2024-25 ଉନ୍ମୋଚିତ

ବୀରମହାରାଜପୁର : (ସୌମିତ୍ରି ମେହେର) ଛାତ୍ରଜୀବନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ। ଏଥିରେ ଶୃଙ୍ଖଳା , ନିଷ୍ଠା ଓ ଗୁରୁଭକ୍ତିର ଭୂମିକା ରହିଛି । ପୁରାଣ ଯୁଗର ଆରୁଣୀ , ଏକଲବ୍ୟ ଯେପରି ଗୁରୁଭକ୍ତି ପ୍ରତିପାଦନ କରିଥିଲେ ଆମକୁ ସେଥିରୁ ଶିକ୍ଷାଲାଭ କରିବାର ଅଛି। ପରୀକ୍ଷାର ନମ୍ବର ବଡ଼କଥା ନୁହେଁ ଆମେ କଣ ଶିଖିଲେ ବଡ଼କଥା ବୋଲି ଆଜି ବୀରମହାରାଜପୁର ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷର ପ୍ରବେଶ ଉତ୍ସବରେ ଅତିଥି ମାନେ ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟଅତିଥି ଭାବେରେ ଯୋଗଦେଇ ସବୁବେଳେ ଶ୍ରେଷ୍ଠତ୍ବ ପ୍ରାପ୍ତି ପାଇଁ ପ୍ରଚେଷ୍ଟ ଜାରିରଖିବା ଆବଶ୍ୟକ ବୋଲି କହିଥିଲେ । କଲେଜ ର ପୂର୍ବତନ ଛାତ୍ର ପରିଷଦର ସଭାପତି ଶ୍ରୀଧର ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପିଲାମାନଙ୍କୁ କୋମଳ ଫୁଲ ସହ ତୁଳନା କରିବା ସହ ଗୁରୁଶିଷ୍ୟ ପରମ୍ପରା ବାବଦରେ କହିଥିଲେ । ଏଥିରେ ଅଧ୍ୟାପକ ସଞ୍ଜିତ୍ ନାୟକ , ଶିବ କୁମାର ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଦ୍ବତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିବା ସହ ପରାମର୍ଶ ଦେଇଥିଲେ। ସେହିପରି ପ୍ରଥମ ବର୍ଷର ଛାତ୍ର ଶେଷଦେବ ବିଶି , ଛାତ୍ରୀ ରୂପାଲି ସାହୁ ଓ ରାଧାରାଣୀ ହୋତା ନିଜର ଅଭିଜ୍ଞତା ବଖାଣିଥିଲେ। ଅଧ୍ୟାପିକା ସୀମାରାଣୀ ବେହେରା ସଭା ସଂଯୋଜନା କରିଥିବା ବେଳେ ଦ୍ବିତୀୟ ବର୍ଷର ଛାତ୍ରୀ ବିଶ୍ବରୂପା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ଶନିବାର କଲେଜ ର ଯୁକ୍ତଦୁଇ ପ୍ରଥମ ବର୍ଷର ପ୍ରବେଶ ଉତ୍ସବ ଅବସରରେ କଲେଜ କ୍ୟାଲେଣ୍ଡର ୨୦୨୪-୨୫ ଉନ୍ମୋଚିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଓ ଉପସ୍ଥିତ ଅତିଥି ତଥା ଅଧ୍ୟାପିକା କଲେଜ କ୍ୟାଲେଣ୍ଡରକୁ ଉନ୍ମୋଚନ କରିଛନ୍ତି। ଏଥିରେ କଲେଜର ବିଭିନ୍ନ ନୀତିନିୟମ ତଥା ଏକାଡେମିକ୍ କାର୍ଯ୍ୟକଳାପର ବିସ୍ତୃତ ବିବରଣୀ ରହିଛି ବୋଲି ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଛାତ୍ରୀ ବିଶ୍ବରୂପା ସାହୁ , ବିଉଟି ସାହୁ ଓ ସୃଜନିକା ପଣ୍ଡାଙ୍କୁ ବିଭିନ୍ନ ଉପଖଣ୍ଡ, ଜିଲ୍ଲା ତଥା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ହାସଲ ପାଇଁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ