ଝାରସୁଗୁଡା ୩୧/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ଆଞ୍ଚଳିକ ସାଧନ କେନ୍ଦ୍ରରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ବିଏଲଓ ଆପ ମାଧ୍ୟମରେ ଘରକୁ ଘର (ଏଚ ଟୁ ଏଚ) କିପରି ସର୍ଭେ କରାଯିବ ଏବଂ ୨୦୨୫ ପାଇଁ ଭୋଟର ତାଲିକା ସଂଶୋଧନ ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ପ୍ରଶିକ୍ଷକ ଭାବେ ବିଏଲଓ ସୁପର ଭାଇଜର ରମାକାନ୍ତ ଦୁଆନ,ନିରଞ୍ଜନ ପଧାନ ଏବଂ ଗୋପାଳ ସା ତାଲିମ ଦେଇଥିଲେ । ଏଥିରେ
ଜାମଗାଁ,କତରବଗା, ମଚିଦା,ପଲସଦା,ଅତାବିରା, ଭିକମପାଲି ଗ୍ରାମ ପଞ୍ଚାୟତରେ ଥିବା ୨୮ ନଂ ଠାରୁ ୫୬ ନଂ ବୁଥ ପର୍ଯ୍ୟନ୍ତ ସମସ୍ତ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଅଂଶଗ୍ରହଣ କରି ତାଲିମ ନେଇଥିଲେ ।
।