ଜାଲ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେସନ ମାମଲା।ଦଲିଲ୍ ଲେଖାଳି ସହ ଜଣେ ଗିରଫ


ଗୋପାଳପୁର ,୦୩/୦୯
ଗୋଳନ୍ଥରା ଥାନା ଅଧିନସ୍ଥ କନିଷି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ ଜାଲ ଭୋଟର ପରିଚୟପତ୍ର ରେ ଜମି ରେଜିଷ୍ଟ୍ରେସନ କରିବା ମାମଲାରେ ଆଜି ଗୋଳନ୍ଥରା ପୋଲିସ ଜଣେ ଦଲିଲ ଲେଖାଳି ସହ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ଚାନ୍ଦପୁର ଅଞ୍ଚଳର ଲେଖାଳି ମହେଶ୍ୱର ପାତ୍ର ଓରଫ ମଣ୍ଟୁ ଏବଂ ଆମ୍ବପୁର ଗାଁର ପି. ପ୍ରଭାକର ରାଓ ବୋଲି ପୋଲିସ ସୂଚନା ଦେଇଛ l ଅଭିଯୋଗ ଅନୁଯାୟୀ କନିଷି ତହସିଲ ଅନ୍ତର୍ଗତ ଦୁମଦୁମି ରାଜସ୍ବ ନୀରିକ୍ଷକ ଙ୍କ ଅଧିନରେ ରହିଥିବା ଖାତା ନଂ ୨୪୯ ଓ ୨୫୨ ର ପ୍ରାୟ ୧.୯୪୨୦ ଏକର ଓ ୧.୯୪୦୦ ଏକର ଜମିକୁ କନିଷି ସବ ରେଜିଷ୍ଟ୍ରାର ଅଫିସ ରେ ଜାଲ ଭୋଟର କାର୍ଡ ରେ ୨୦୨୨ ମସିହା ନଭେମ୍ବର ଓ ୨୦୨୩ ମସିହା ଜାନୁଆରୀ ମାସରେ କନିସି ସବରେଜିଷ୍ଟର ଅଫିସ ଜମି ପଞ୍ଜିକରଣ କରାଯଇଥିଲା । ଉକ୍ତ ଜମି ରେଜିଷ୍ଟ୍ରେସନ ସମୟରେ ନକଲି ଭୋଟର ପରିଚୟପତ୍ର ବ୍ୟବହାର କରାଯାଇଥିବା କନିଷି ତହସିଲ ର ପୂର୍ବତନ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଜାଣି ପାରିଥିଲେ l ପରେ ଉକ୍ତ ଦୁଇ ଦଲିଲ କୁ ନାକଚ କରିଦେଇଥିଲେ l ଦେଢ ବର୍ଷ ପରେ ଦଲିଲ ଲେଖାଳି ସହ ୭ ଜଣ ସାମିଲ ରହିଥିବା ନେଇ ତତ୍କାଳୀନ ତହସିଲଦାର ପ ଶତପଥୀ ଙ୍କ ପକ୍ଷରୁ ଗତ ଅଗଷ୍ଟ ୨୨ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା ।ଏ ନେଇ ଥାନା ପୋଲିସ ପକ୍ଷରୁ ଗତ ୨୬ ତାରିଖରେ ୩୪୧/୨୪ ରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା lଘଟଣାରେ ସମ୍ପୃକ୍ତ ରହିଥିବା ମଣ୍ଟୁ ଓ ପି. ପ୍ରଭାକାରଙ୍କୁ ଅଟକ ରଖି ପଚାର ଉଚରା କରିବା ପରେ ଉଭୟଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଏହି ଜମି ଜାଲ କିଣାବିକାରେ ଅନ୍ୟ ଯେଉଁ ମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l