Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ସରକାରୀ ହାଇସ୍କୁଲ ୫ଟି ଶ୍ରେଣୀ କୋଠରୀ ନିର୍ମାଣ ପ୍ରାପ୍ୟ ମିଳିନି, ଚିନ୍ତାରେ ଠିକାଦାର ଅସୁସ୍ଥ, ସରପଞ୍ଚ ଡ଼ଃ ସୁଷମା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ଗୋଶାଳା ସରକାରୀ ହାଇସ୍କୁଲରେ ସରକାରଙ୍କ ୫ଟି ଅଧୀନରେ କାମ ହୋଇଥିବାବେଳେ, ପ୍ରାପ୍ୟ ମିଳିନଥିବାରୁ କାମ ଅସମ୍ପୂର୍ଣ୍ଣ ରହିଛି l ଏନେଇ ସରପଞ୍ଚ ଡ଼ଃ ସୁଷମା ସାହୁ ବ୍ଲକ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିବା ଜଣାପଡିଛି l ପ୍ରକାଶ ଥାଉକି ଗତ ୫ଟି ଅଧୀନରେ ଶ୍ରେଣୀଗୃହ ନିର୍ମାଣ କରିବାକୁ ୨୦୧୮ରେ ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନିର୍ଦ୍ଧେଶରେ କଳାମାଟିର ବଂଶୀଧର ବେହେରାଙ୍କୁ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା l ଶ୍ରେଣୀ ଗୃହ ନିର୍ମାଣରେ ପ୍ରାୟ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ପ୍ରାପ୍ୟ ମିଳିପାରିନାହିଁ l ସମ୍ପୃକ୍ତ ଠିକାଦାର ବଂଶୀଧର ଧାରକରଜ କରି ୫ଟି ଘର ନିର୍ମାଣ କରିଥିବାବେଳେ, ପ୍ରାପ୍ୟ ମିଳିନଥିବାରୁ ଠିକାଦାର ବଂଶୀଧର ମାନସିକ ଚିନ୍ତାଗ୍ରସ୍ତ ହୋଇ ବର୍ତ୍ତମାନ ବିଭିନ୍ନ ରୋଗରେ ପୀଡିତ ହୋଇ କିଛିଦିନ ହେଲା ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁ ରେ ରହିଥିଲେ l ଏବେ ସାମାନ୍ୟ ସୁସ୍ଥ ଥିବାବେଳେ, ସମ୍ପୃକ୍ତ ଠିକାଦାର ବଂଶୀଧର ବ୍ଲକ ଅଭିଯୋଗ ଶୁଣାଣିକୁ ଆସି ନପାରିବାରୁ ପ୍ରତିନିଧି ଭାବରେ କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ ଆସି ଠିକାଦାରଙ୍କ ବକେୟା ପାଉଣା ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରି ବିହିତ ପଦକ୍ଷେପ ନେବାକୁ ଗୁହାରୀ କରିଛନ୍ତି ଏବଂ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହକୁ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି l ଜିଲ୍ଲାପାଳ ମହୋଦୟ ନିଶ୍ଚିତ ସମ୍ପୃକ୍ତ ଠିକାଦାର ବଂଶୀଧରକୁ ବିହିତ ପଦକ୍ଷେପ ନେଇ ନ୍ୟାୟ ପ୍ରଦାନ କରିବେ ବୋଲି ସରପଞ୍ଚ ଡ଼ଃ ସୁଷମା ଆଶା ରଖିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ