ଗୁରୁଦିବସ: ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ଆଶୀର୍ବାଦ ନେଉଛନ୍ତି ଛାତ୍ରଛାତ୍ରୀ


ଭୁବନେଶ୍ବର: ସେପ୍ଟେମ୍ବର ୫ ତାରିଖ, ଗୁରୁ ଦିବସ । ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ । ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି ।

ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ବେଶ ଧୂମଧାମରେ ଗୁରୁଦିବସ ପାଳନ କରାଯାଉଛି । ଛାତ୍ରଛାତ୍ରୀମାନେ ଗୁରୁଙ୍କ ପୂଜାର୍ଚ୍ଚନା କରିବା ସହ ସେମାନଙ୍କ ଆଶୀର୍ବାଦ ନେଉଛନ୍ତି । ଶିକ୍ଷା, ଦୀକ୍ଷା ଓ କର୍ମ ଆଦି ବିଭିନ୍ନ କ୍ଷେତ୍ରରେ ନିଜ ନିଜ ଗୁରୁରଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଉଛନ୍ତି ଛାତ୍ରଛାତ୍ରୀ ।