ରାତିର ଅନ୍ଧାରରେ ବିଜେପି ନେତାଙ୍କୁ ଲୁହା ରଡ଼ରେ ଲହୁଲୁହାଣ କଲେ ଦୁର୍ବୃତ୍ତ


ଗଞ୍ଜାମ: ଘରକୁ ଫେରୁଥିବା ବିଜେପି ନେତାଙ୍କ ଅତର୍କିତ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଜେପି ନେଲା ଗୁରୁତର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅଞ୍ଚଳରେ । କଲେଜ ଛକ ସୂତାକଳ ରାସ୍ତାରେ ବିଜେପି ନେତା ଶ୍ରୀନିବାସ ଭଞ୍ଜଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି । ଅନ୍ଧାରର ସୁଯୋଗ ନେଇ ଦୁଇଜଣ ଦୁର୍ବୃତ୍ତ ଲୁହା ରଡ଼ରେ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଶ୍ରୀନିବାସ ଅଭିଯୋଗ କରିଛନ୍ତି । କଲେଜ ଛକ ବାସିନ୍ଦା ଶ୍ରୀନିବାସ ବିଜେପିର ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରହିଥିଲା ବେଳେ ଜିଲ୍ଲା ପରିଷଦ ଭାବେ ଦଳ ତରଫରୁ ଦୁଇ ଥର ପ୍ରାର୍ଥୀ ହୋଇଥିଲେ । କୋଟିନଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି ।