ଟ୍ରକକୁ ପିଟିଲା ଟ୍ରକ, ଶରୀରରୁ ଅଲଗା ହୋଇଗଲା ହେଲପରଙ୍କ ମୁଣ୍ଡ


ଟାଙ୍ଗୀ: ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସର ପଥରବନ୍ଧରେ ମର୍ମନ୍ତୁଦ ଦୁର୍ଘଟଣା । ଗୋଟିଏ ଟ୍ରକ ଧକ୍କାରେ ଅନ୍ୟ ଏକ ଟ୍ରକର ହେଲପରଙ୍କ ମୁଣ୍ଡ ଶରୀରରୁ ହୋଇଗଲା ଅଲଗା । ଡ୍ରାଇଭରଙ୍କ ଗୋଡ଼ ଚୂରମାର । ମୃତ ହେଲପରଙ୍କ ପରିଚୟ ମିଳି ନଥିବା ବେଳେ ଡ୍ରାଇଭର ବିହାରର ବ୍ରିଜକିଶୋର ଗିରି ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ଟ୍ରକଟି ଖରାପ ହୋଇଯାଇଥିବାରୁ ରାଜପଥରେ ପାର୍କିଂ କରି ଡ୍ରାଇଭର ଓ ହେଲପର ମରାମତି କରୁଥିଲେ । ଏହି ସମୟରେ ପଛରୁ ଏକ ଟ୍ରକ ଧ୍ରୁତ ଗତିରେ ଆସି ରାସ୍ତାରେ ଛିଡ଼ା ହୋଇଥିବା ଉକ୍ତ ଟ୍ରକଙ୍କୁ ଏକ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ହେଲପରଙ୍କ ଶରୀରରୁ ତାଙ୍କ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହାସହ ଡ୍ରାଇଭରଙ୍କ ଦୁଇ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।