ପଞ୍ଚଭୂତରେ ଲୀନ ହେଲେ ଜନନେତା ପ୍ରଶାନ୍ତ


ବେଲଗୁଣ୍ଠା -ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ, ରାଜ୍ୟ ବିଜେଡି ସହ-ସମ୍ପାଦକ, ବରିଷ୍ଠ ଜନନେତା ,ରାଜନୀତିଜ୍ଞ ପ୍ରଶାନ୍ତ କୁମାର ନାୟକ ଆଜି ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଗତକାଲି ତାଙ୍କର ଅକାଳ ବିୟୋଗ ପରେ ଆଜି ସକାଳ ୫ ଟାରେ ତାଙ୍କ ମରଶରୀର ବେଲଗୁଣ୍ଠା ବ୍ଳକ ଧୁମୁଛାଇ ପଞ୍ଚାୟତର ପାଟୁଳୀସାହି ସ୍ଥିତ ବାସଭବନରେ ପହଞ୍ଚିଥିଲା । ପହଞ୍ଚିବା ପରେ ଗ୍ରାମରେ ତଥା ତାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିବା ଶହ ଶହ କର୍ମୀ, ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ପରିବାର ବର୍ଗଙ୍କ ମଧ୍ୟରେ ଶୋକାକୁଳ ବାତାବରଣ ଖେଳିଯାଇଥିଲା ।ନିଜର ପ୍ରିୟ ନେତାଙ୍କ ଅକାଳ ବିୟୋଗରେ ମ୍ରିୟମାଣ ହୋଇ ପ୍ରଶାନ୍ତ ଭାଇନା ଅମର ରହେ ଧ୍ବନିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ବାସଭବନରେ ସୋରଡ଼ା ପୂର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ସୋରଡା ବିଧାୟକ ପ୍ରତିନିଧି ଭାବେ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ, ସମିତିସଭ୍ୟ ରବୀନ୍ଦ୍ର କୁମାର ପାତ୍ର, ଭଞ୍ଜନଗର ରୋଟାରୀ କ୍ଲବ ସଦସ୍ୟ,ବେଲଗୁଣ୍ଠା ବ୍ଳକ କର୍ମଚାରୀ, ବ୍ଳକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ସ୍ୱର୍ଗତ ନାୟକ ଜଡ଼ିତ ଥିବା ବହୁ ସଙ୍ଗଠନ ଏବଂ ଦଳମତ ନିର୍ବିଶେଷରେ ବହୁ ଜନସାଧାରଣ ପହଞ୍ଚି ପ୍ରିୟ ପ୍ରଶାନ୍ତ ଭାଇନା ଙ୍କ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ ମିଡିଆରେ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ପରିଶେଷରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପରିକ୍ରମା କରାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପ୍ରଶାନ୍ତଙ୍କ ଶେଷକୃତ୍ୟ ପାଇଁ ଶତାଧିକ ଶୁଭେଛୁ ଓ ସମର୍ଥକ ପୁରି ଯlଇଥିଲେ ।ଏକମାତ୍ର ପୁତ୍ର ଡା ସଂଗ୍ରାମ ମୁଖାଗ୍ନୀ ଦେଇଥିଲେ ।