ବୀରମହାରାଜପୁର କଲେଜ ଅଧ୍ୟକ୍ଷ ଙ୍କୁ ଗୁରୁଦିବସ ଅବସରରେ ସମର୍ଦ୍ଧିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଗୁରୁଦିବସ ଅବସରରେ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ଏବଂ ସ୍ଥାନୀୟ ନାଇସେଟ କୋମ୍ପୁଟର ଶିକ୍ଷା କେନ୍ଦ୍ର ତରଫରୁ ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କୁ ମହାବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି I ନାଇସେଟ ର ଅଧ୍ୟକ୍ଷ ଅନନ୍ତ କୁମାର ପଣ୍ଡା ଡ଼. ପାଢୀଙ୍କୁ ଔପଢୌକନ, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ I ଉଲ୍ଲେଖଯୋଗ୍ୟଯେ ଡ଼. ପାଢ଼ୀ କେବଳ ଜଣେ ଅଭିଜ୍ଞ ଅଧ୍ୟାପକ ନୁହନ୍ତି, ଜଣେ ଦକ୍ଷ ପ୍ରଶାସକ ମଧ୍ୟ I ଏତଦ ବ୍ୟତୀତ ସେ ଜଣେ ଲୋକପ୍ରିୟ ଦ୍ବିଭାଷୀ ସାହିତ୍ୟିକ, ସଂସ୍କୃତି ଗବେଷକ ଓ ପରିଭ୍ରମଣ ଲେଖକ I ଇଂରାଜୀ ଭାଷାରେ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରିକାମାନଙ୍କରେ ତାଙ୍କର ଲେଖା ନିୟମିତ ପ୍ରକାଶ ପାଏ I ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ସେ ଏପର୍ଯ୍ୟନ୍ତ 16 ଟି ସମ୍ମାନ ପାଇଛନ୍ତି I ନିକଟରେ ଭୁବନେଶ୍ୱର ସ୍ଥିତ ଚଲାପଥ ଅନୁଷ୍ଠାନ ତରଫରୁ ତାଙ୍କୁ ଚଲାପଥ ସମ୍ମାନ ପ୍ରଦାନ କରାଯାଇଛି I