Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଜୋ ବାଇଡେନ୍‌

ୱାଶିଂଟନ: ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲାଗି ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏଇଠି କହି ରଖୁଛୁ ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦୨୪ ନିର୍ବାଚନ ଲଢିବେ। ଏ ନେଇ ନିଜେ ଘୋଷଣା କରିଛନ୍ତି ଜୋ ବାଇଡେନ୍‌। ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରି ଏ ସମ୍ପର୍କରେ ଅବଗତ କରିଛନ୍ତି। କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି । ଭିଡିଓଟି ୨୦୨୧ ଜୁନ୍ ୬ରେ ୟୁଏସ୍ କ୍ୟାପିଟଲ୍ ଉପରେ ଆକ୍ରମଣରୁ ଆରମ୍ଭ ହୋଇଛି ।

ବାଇଡେନ୍ ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ସହ କହିଛନ୍ତି ଗଣତନ୍ତ୍ର ଲାଗି ସମସ୍ତ ପିଢ଼ି ଛିଡ଼ା ହେବା ଦରକାର । ମୁଁ ୪ ବର୍ଷ ରାଷ୍ଟ୍ରପତି ରହିବା କାଳରେ ଦେଖିଛି ଆମେ ଆମେରିକାର ଆତ୍ମା ଲାଗି ଲଢ଼ୁଛୁ । ଏବେ ସମୟ ଆତ୍ମସନ୍ତୋଷର ନୁହେଁ, ମୁଁ ପୁଣି ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ଜୋ ବାଇଡେନ୍ ।

ସୂଚନା ଅନୁଯାୟୀ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ମଧ୍ୟ ୨୦୨୪ରେ ଉପରାଷ୍ଟ୍ରପତି ନିର୍ବାଚନ ଲଢିବେ ବୋଲି ଜଣାପଡ଼ିଛି।