Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉର୍ଜା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ରକ୍ତଦାନ ଶିବିର।ଯୁବକ ମାନେ ଆଗକୁ ବଢ଼ିଲେ ଦେଶ ନିଶ୍ଚିତ ବଢିବ।- ମନ୍ତ୍ରୀ ଶ୍ରୀ ଜେନା

ଗୋପାଳପୁର,୦୭/୦୯
ଯୁବକ ଶକ୍ତି ଆଗକୁ ବଢ଼ିଲେ ଦେଶ ଆଗକୁ ବଢ଼ିବ ବୋଲି ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭଞବିହାର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତପୋଷଣ କରିଥିଲେ।ଯୁବକ ମାନଙ୍କ ପକ୍ଷରୁ ରକ୍ତଦାନ ଶିବିର ର ଆୟୋଜନ ରକ୍ତ ଭଣ୍ଡାର ରେ ରହିଥିବା ରକ୍ତର ଅଭାବକୁ ଦୂର କରିବାରେ ସହାୟକ ହୋଇଥିବାରୁ ସଂଘର ସମସ୍ତ ଯୁବ ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଥିଲେ।ଏହି ଶିବିର ରୁ ୫୮ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉର୍ଜା ସଂଘର ସଭାପତି ଦିପକ କୁମାର ମହାନ୍ତି, ସମ୍ପାଦକ ରୁଦ୍ର ପ୍ରସାଦ ପାତ୍ର, ସମାଜସେବୀ ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ପଣ୍ଡା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ମାନବ ସଂଶାଧନ ପ୍ରବନ୍ଧକ ମାନସ ରଞ୍ଜନ ସ୍ବାଇଁ,ବିଜେପି ନେତା ଜି କୁରମା,ଡି କୋଟେଶ, ଦେବାଶିଷ ଆଚାର୍ଯ୍ୟ,ଅରୁଣ ସାହୁ,ଶରତ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀ ନାରାୟଣ ବେହେରା,ସିମାନ୍ଚଳ ବେହେରା, ସ୍ଵସ୍ତିକ ମହାନ୍ତି,ବି ସୋନୁ ରେଡ୍ଡୀ,ଗୈରାଙ୍ଗ ସ୍ବାଇଁ ଙ୍କ ସମେତ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ।