ଅସହାୟ ଲୋକଙ୍କୁ ସହାୟତା ଦେବ ଦେବଜୁଗ ସଂଗଠନ ।


ଅସ୍ତରଙ୍ଗ,ଅସହାୟ,ଦୁଃଖୀ,ରଙ୍କୀ ତଥା ଯେଉଁ ମାନଙ୍କର କେହି ନ ଥିବେ,ସେହି ମାନଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇବ ଦେବଯୁଗ ସଂଗଠନ । କାହାର ଅକାଳ ବିୟୋଗ ,ଯାହାର ପରିବାର ହିଁ ବିଦେଶରେ ଥିବେ,ସେହି ମାନଙ୍କୁ ବି ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିବ ଏହି ସଂଗଠନ । ଏହିପରି ଏକ ସଂଗଠନ ଅସ୍ତରଙ୍ଗ,କାକଟପୁର ଅଂଚଳରେ କାର୍ଯ୍ୟ କରିବାକୁ ଯାଇଥିବା ବେଳେ,ତାର ଏକ ନିଜସ୍ୱ ଅଫିସ ମଧ୍ୟ ଗଣେଶ ଚତୁର୍ଥୀ ଅବସର ରେ ଆରମ୍ଭ କରିଛି ଅସ୍ତରଙ୍ଗ ବଜାରରେ । ଅସହାୟ ପରିବାର ଙ୍କ ଦେବଦୂତ ସାଜି ଶବକୁ କାନ୍ଧରେ କାନ୍ଧେଇ ସଂସ୍କାର କରିବାକୁ ରଖିଛି ପ୍ରସ୍ତାବ । ଏହି ଅନୁଷ୍ଠାନ ର ପ୍ରଥମ କାର୍ଯ୍ୟାଳୟ ୨୦୦୮ ମସିହାରୁ ଭୁବନେଶ୍ୱର ରେ କାର୍ଯ୍ୟ କରୁଥିବା ବେଳେ,ଦ୍ୱିତୀୟ କାର୍ଯ୍ୟାଳୟ ଆରମ୍ଭ କରିଛି ଅସ୍ତରଙ୍ଗ ଅଞ୍ଚଳରେ । ଖାଲି ସେତିକି ନୁହେଁ, କରୋନା ମହାମାରୀ ରେ କିଏ କାହାକୁ ଛୁଇଁପାରୁ ନ ଥିବା ବେଳେ,ସେହି ସମୟ ରେ ଦେବ ଦୁତ୍ ସାଜିଥିଲା ଏହି ସଂଗଠନ ବୋଲି କୁହନ୍ତି ଏହାର ମୁଖ୍ୟ ଦେଵବ୍ରତ ନାୟକ । ଚିକିତ୍ସା ପାଇଁ ଅର୍ଥ ବାଧକ,ଗରିବ ପରିବାର ବିବାହ ଉତ୍ସବ,ଗୋ ସେବା ଆଦି ପାଇଁ ସଂଗଠନ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ରଖିଛି ବୋଲି ଦେଵବ୍ରତ ମଧ୍ୟ ଗଣ ମାଧ୍ୟମ ଙ୍କ ନିକଟରେ ପ୍ରକାଶ କରିଛନ୍ତି । ଏହି ସବୁ କାର୍ଯ୍ୟକ୍ରମ ସଂଗଠନ ୨୦ ସଭ୍ୟ ଙ୍କ ସମେତ,ବରିଷ୍ଠ ସଭ୍ୟ,ରବୀନ୍ଦ୍ର ସ୍ବାଇଁ,ଜିତେନ୍ଦ୍ର ନାୟକ,ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ସହ ଅସ୍ତରଙ୍ଗ ଅଞ୍ଚଳର ବହୁ ଶିକ୍ଷିତ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହିଭଳି ଏକ ନିଆରା ପ୍ରୟାସ କୁ ଅସ୍ତରଙ୍ଗ ବ୍ଲକ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।