Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି? ଜାଣନ୍ତୁ କଣ କହନ୍ତି ବିଶେଷଜ୍ଞ

ସୁସ୍ଥ ରହିବା ପାଇଁ ଖାଦ୍ୟପେୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଅନେକ ରୋଗର କାରଣ ହୋଇଥାଏ ଅସନ୍ତୁଳିତ ‌ଜୀବନଶୈଳୀ। ତେବେ ରାତ୍ରିରେ କ୍ଷୀର ପିଇବାର ପରମ୍ପରା ବହୁତ ପୁରୁଣା। ରାତିରେ ଶୋଇବା ପୂର୍ବରୁ ଅନେକ ଲୋକ ଗୋଟେ ଗ୍ଲାସ କ୍ଷୀର ପିଇଥାନ୍ତି। କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଅସୁସ୍ଥ କରିପାରେ। ରାତିରେ ଶୋଇବା ପୂର୍ବରୁ ଆପଣ କାହିଁକି କ୍ଷୀର ପିଇବା ଉଚିତ୍ ନୁହେଁ ଆସନ୍ତୁ ସେ ବିଷୟରେ ଜାଣିବା।

ତେବେ କ୍ଷୀର ପିଇବା ଦ୍ୱାରା ପେଟ ଯନ୍ତ୍ରଣା, ଏବଂ ଗ୍ୟାସ୍ ଓ ହଜମ ଭଳି ସମସ୍ୟା ଉପୁଜିପାରେ। ରାତିରେ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଯଦି ଆପଣ କ୍ଷୀରରେ ଚିନିକୁ ମିଶାଇ ପିଅନ୍ତି ତେବେ ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ବଢାଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତନୁଯାୟୀ ଏକ ଗ୍ଲାସ କ୍ଷୀରରେ ୧୨୦ କ୍ୟାଲୋରୀ ଥାଏ। ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ମେଟାବୋଲିଜିମ୍ ଧୀର ହୋଇପାରେ। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ୍ ନୁହେଁ।

ଏହାଛଡା ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଅନେକ ହଜମ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ରାତିରେ କ୍ଷୀର ପିଇବା ପରେ ତୁରନ୍ତ ଶୋଇବା ଦ୍ୱାରା Gastroesophageal reflux disease (GERD) ହୋଇପାରେ। ଛାତି ଯନ୍ତ୍ରଣା ଏବଂ ଅସ୍ଥିରତା ମଧ୍ୟ ଅନୁଭବ ହୋଇପାରେ।

କ୍ଷୀର ପିଇବାର ଉପଯୁକ୍ତ ସମୟ କ’ଣ?
କ୍ଷୀର ପିଇବାର ଉପଯୁକ୍ତ ସମୟ କ’ଣ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାସନାଲ ସ୍ଲିପ୍‌ ଫାଉଣ୍ଡେସନ ଅନୁଯାୟୀ, ଶୋଇବାର ଦୁଇ ତିନି ଘଣ୍ଟା ପୂର୍ବରୁ କ୍ଷୀର ପିଇବାର ସର୍ବୋତ୍ତମ ସମୟ। ତେବେ ଶୋଇବାର ତିନି ଘଣ୍ଟା ପୂର୍ବରୁ କ୍ଷୀର ପିଅନ୍ତୁ ଏବଂ କ୍ଷୀର ପିଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ