Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁତୁରପଙ୍କ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସହିତ ଲୁତୁର ପଙ୍ଗ ପଞ୍ଚାୟତର ଏକ ଟିମ୍ ଭେଟି ଆଲୋଚନା କରିଛନ୍ତି । ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ ଙ୍କ ସମେତ ଲୁତୁରପଙ୍କ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ର ସଭାପତି ସୁଶିଲ ପ୍ରଧାନ , ସମ୍ପାଦକ ମାଧବ ମହାକୁର , ପୂର୍ବତନ ସଭାପତି ସୁଧୀର ପ୍ରଧାନ , ପୂର୍ବତନ ସମ୍ପାଦକ ଶଶାଙ୍କ ପ୍ରଧାନ , ଗ୍ରାମ୍ୟ ପରିଚାଳନା କମିଟି ର ସମ୍ପାଦକ ସନାତନ ମହାକୁର , ରାଧାମାଧବ ବେହେରା , ସ୍ବେଚ୍ଛାସେବୀ ସତ୍ୟଜିତ ମହାକୁର , ବିପିନ ବାରିକ , ସୁନିଲ ପ୍ରଧାନ , ଦେବରାଜ ମହାକୁର ପ୍ରମୁଖ ଯାଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଛନ୍ତି। ଲୁତୁରପଙ୍କ ରେ ଆସନ୍ତା ଡିସେମ୍ୱର ଶେଷ ସପ୍ତାହରେ ହେବାକୁ ଥିବା ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ ର ଫାଇନାଲ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ସହିତ ଉକ୍ତ ଖେଳ ପଡିଆର ଉନ୍ନତି କରଣ ଓ ଆଲୋକିକରଣ କରିବା ପାଇଁ ଅନୁରୋଧ କରାଯାଇଛି। ସରପଞ୍ଚ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଉପରେ ଉପମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୁତୁରପଙ୍କ ରେ ଦୀର୍ଘ ଦିନ ହେଲା ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ରହିଛି । ମାତ୍ର ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହାର ନୂତନ କୋଠା ନିର୍ମାଣ ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଏହାର କାମ ଏଯାଏ ଆରମ୍ଭ ହୋଇ ନାହିଁ । ତେଣୁ ଉକ୍ତ କୋଠାର ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ପଞ୍ଚାୟତ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକର ଉନ୍ନତି କରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି। ଏହା ସହିତ ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂ ଦେଓ ଙ୍କୁ ମଧ୍ୟ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ