ନାଟକ ଆଖି ଲୁହକୁ ମୁ କରିଛି ସାଥି ମଞ୍ଚସ୍ତ,


ବେଲଗୁଣ୍ଠା : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲଗୁଣ୍ଠା ବ୍ଳକ୍ ବଡ଼ ସାଦରା ଗ୍ରାମରେ ମାଆ ବୁଢି ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରରିପ୍ରେକ୍ଷୀରେ ଗ୍ରାମର ଶ୍ରୀ ଶ୍ରୀ ଚକାଡୋଳା ଯୁବ ଛାତ୍ର ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ଆଖି ଲୁହକୁ ମୁଁ କରିଛି ସାଥୀ ମଞ୍ଚସ୍ଥ ହୋଇଯାଇଛି I ସଦଗୁରୁ ବାବା ହରିଶଙ୍କର ସ୍ୱାମୀ ଏହି ନାଟକକୁ ଉଦ୍ଘାଟନ କରିଥିବା ବେଳେ ଉଦ୍ଘାଟନୀ ଉତ୍ସବର ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ପ୍ରମୋଦ କୁମାର ଦଳବେହେରା, ସ୍ୱତନ୍ତ୍ର ଅତିଥି ରୂପେ ମେନେଜର ସରୋଜ କୁମାର ଗଣ୍ଡାୟତ ଓ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ଗ୍ରାମ୍ୟ ସଭାପତି ଓ ସମସ୍ତ ସଦସ୍ୟ ଙ୍କ ସହ ଗଣମାଧ୍ୟମ ପ୍ରତିନିଧି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, ଅକ୍ଷୟ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ସମାଜସେବୀ ସ୍ଵସ୍ତି ସୁନ୍ଦର ସିଅ ମଞ୍ଚ ସଂଯୋଜନା କରିଥିଲେ I ଉପସଭାପତି ପ୍ରଭାତ କୁମାର ସ୍ୱାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ I ଖ୍ୟାତନାମା ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ନାଟକ ଆଖି ଲୁହକୁ ମୁନ୍ କରିଛି ସାଥୀ ନାଟକରେ ଯୁବ hmmସାମ୍ବାଦିକ ଜଗନ୍ନାଥ ନାୟକ, ରାଜେଶ୍ ପାତ୍ରଙ୍କ ସମେତ ଦକ୍ଷିଣ ଓଡି଼ଶାର ବହୁ ନାମିଦାମୀ କଳାକାର ଅଭିନୟ କରିଥିଲେ I ନାଟକ ଦେଖିବା ପାଇଁ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଗ୍ରାମର ବହୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।