ଗଞ୍ଜାମ: ଭିଜିଲାନ୍ସ ଜାଲରେ ଆଉ ଜଣେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର, ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘର, ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ଚଢ଼ାଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ଏଏସଆଇ ସାମିଲ୍ ହୋଇଛନ୍ତି । ପ୍ରସନ୍ନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି । ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।