Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତନରଡ଼ା ଅlଯ୍ୟକନ୍ୟା ଗୁରୁକୂଳ ରେ ଗଂଜାମ ଜିଲ୍ଲା ସ୍ତରୀୟ 5t ବିଦ୍ୟାଳୟ ଉଦଘାଟିତ,

ବେଲଗୁଣ୍ଠା: ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ପରିସର ହୋଇଉଠିଥିଲା ଚଳଚଞ୍ଚଳ I ମନ୍ତ୍ରୀ, ବିଧାୟକଙ୍କ ସମେତ ଜିଲ୍ଳା ସ୍ତରୀୟ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠାନ ପରିସର ହୋଇଉଠିଥିଲା ଉତ୍ସବମୟ I ସୂଚନା ପ୍ରକାରେ ଆଜି ସ୍ମାର୍ଟ ସ୍କୁଲ୍ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଗଞ୍ଜାମ ଜିଲ୍ଲାର ୧୦୬ ଗୋଟି ଉଚ୍ଚ ବିଦ୍ୟାଳୟ 5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଲୋକର୍ପିତ ହୋଇଥିଲା I ତୃତୀୟ ପର୍ଯ୍ୟାୟରେ ନବକଳେବର ହୋଇଥିବା ଏହି ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଜିଲ୍ଲାର ବେଲଗୁଣ୍ଠା ବ୍ଳକ୍ ଅଧିନସ୍ଥ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ବିଦ୍ୟାଳୟରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଜିଲ୍ଲାର ବାହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା । ଗଂଜାମ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ମନ୍ତ୍ରୀ ଉଷାଦେବୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ , ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଛତ୍ରପୁର ବିଧାୟକ ସୁବାଷ ବେହେରା ଏବଂ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏବଂ ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତି ପଲେଇ ପ୍ରମୁଖ ମଞ୍ଚାସୀନ ରହିଥିଲେ I ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ୍,ଏପିଡି ପ୍ରତାପ ଚରଣ ପ୍ରଧାନ,ଜିଲ୍ଳା ଶିକ୍ଷା ଅଧିକାରୀ ବିନିତା ସେନାପତି, ଏଡିଇଓ, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ବ୍ରହ୍ମପୁର ଉପଜିଲ୍ଲାପାଳ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇ , ବ୍ରହ୍ମପୁର କମିଶନର୍ ଜେ ସୋନାଲ୍ ,ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ, ତହସିଲଦାର ମନୋଜ ପ୍ରଭାକର କୁଜୁର, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ଏବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସମେତ,ଅନ୍ୟାନ୍ୟ ବ୍ଳକ୍ ଅଧ୍ୟକ୍ଷ, ବହୁ ଜନପ୍ରତିନିଧି,ବୁଦ୍ଧିଜୀବୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ I ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତି ପଲେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ କଥା ହେବା ସହିତ ଖୁସି ପ୍ରକଟ କରିଥିଲେ I ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଅତିଥି ମାନଙ୍କୁ ପିତଳ ମାଛ ଦେଇ ସ୍ୱାଗତ କରିଥିଲେ Iକାର୍ଯ୍ୟକ୍ରମରେ ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ,ସମସ୍ତ ଏବିଇଓ,ସମସ୍ତ ସିଆରସିସି ସହଯୋଗ କରିଥିଲେ I ଆଜି ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ସମେତ ବେଲଗୁଣ୍ଠା ବ୍ଳକ୍ ର ବୋରିପଦର ଶାକମ୍ବରୀ ବିଦ୍ୟାପୀଠ,ବୋରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ମଙ୍ଗଳପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଜିରୋଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମଧ୍ୟ 5T ବିଦ୍ୟାଳୟ ଭାବେ ଲୋକାର୍ପିତ ହୋଇଥିଲା I