Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଶ ମୁକୁଟ ଚୋରି କରି ଧରାପଡ଼ିଲେ ଯୁବକ

କଟକ: ବିଘ୍ନରାଜ ଜଗାନନଙ୍କ ଚାନ୍ଦିର ମୁକୁଟ ଚୋରି କରି ଧରା ପଡ଼ିଗଲେ ଯୁବକ । ସିଲିଭର ସିଟି କଟକରେ ଘଟିଛି ଏହି ଘଟଣା । କଟକ ହରିପୁର ଜଗନ୍ନାଥ କ୍ଲବରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତିରେ ଲାଗିଛି ଚାନ୍ଦି ମୁକୁଟ । ମୁକୁଟ ଚୋରି କରିଥିବା ଯୁବକଙ୍କୁ ଧରିବା ସହ ଚାନ୍ଦିର ମୁକୁଟକୁ ଉଦ୍ଧାର କରିଛି ଲାଲବାଗ ଥାନା ପୋଲିସ୍‌ ।

ଗଜାନନଙ୍କ ମୁଣ୍ଡରେ ଚାନ୍ଦିର ମୁକୁଟ ଶୋଭା ପାଉଥିବା ଦେଖି ଅଭିଯୁକ୍ତ ଜଣକ ତାହାକୁ ଚୋରି କରିବାକୁ ଯୋଜନା କରିଥିଲେ । ଏହାପରେ ସୁଯୋଗ ଦେଖି ସେ ମୁକୁଟକୁ ନେଇ ଫେରାର ହୋଇଥିଲେ । କ୍ଲବ ସଦସ୍ୟ ଏହା ଜାଣିବା ପରେ ଏହି ଖବର ଚାରିଆଡ଼େ ବ୍ୟାପିଗଲା । ଏନେଇ କ୍ଲବ ପକ୍ଷରୁ ପୋଲିସ୍‌କୁ ସୂଚନା ଦିଆଯାଇଥିବା ବେଳେ ଆରମ୍ଭ ହୋଇଗଲା ଖୋଳତାଡ଼ ।

ତଦନ୍ତ ପରେ ପଟ୍ଟାପୋଲ ଅଞ୍ଚଳର ଜଣେ ଯୁବକ ମୁକୁଟ ଚୋରି କରିଥିବା ସୂଚନା ମିଳିଥିଲା । ଯୋଜନା ମୁତାବକ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସେ ମୁକୁଟ ଚୋରି କରିଥିବା ସ୍ୱୀକାର କରିଥିଲେ । ପୋଲିସ୍‌ ତାଙ୍କ ନିକଟରୁ ଚାନ୍ଦିର ମୁକୁଟଟିକୁ ଜବତ କରିଥିବା ବେଳେ ତାହା ସୁରକ୍ଷିତ ଥିବା ଜଣାଯାଇଛି । ଲାଲବାଗ ପୋଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ