ନବୋଦୟ ବିଦ୍ୟାଳୟରେ ଅଣ ଓଡ଼ିଆ ଛାତ୍ରଙ୍କ ଦାଦାଗିରି: ଓଡ଼ିଶା ଛାତ୍ରଙ୍କୁ ରାଗିଂ ଅଭିଯୋଗ


କେନ୍ଦୁଝର: କଲେଜ ନୁହେଁ କି ହଷ୍ଟେଲ ନୁହେଁ, ନବୋଦୟ ବିଦ୍ୟାଳୟରେ ରାଗିଂ । ତାହା ପୁଣି ଜଣେ ୯ମ ଶ୍ରେଣୀ ଛାତ୍ରଙ୍କୁ । କିଛି ଅଣ ଓଡ଼ିଆ ଛାତ୍ର ପୀଡ଼ିତଙ୍କୁ ରାଗିଂ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହଦଗଡ଼ ନବୋଦୟ ବିଦ୍ୟାଳୟରୁ । ଅଣ ଓଡ଼ିଆ ଛାତ୍ରମାନେ ସମ୍ପୃକ୍ତ ଛାତ୍ରଙ୍କୁ ନିସ୍ତୁକ ମାଡ଼ କରିଥିବା ସୋସ ଥାନାରେ ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ପରିବାର ଲୋକେ ସେମାନଙ୍କ ଅଭିଯୋଗ ଦର୍ଶାଇଛନ୍ତି ।

ସ୍କୁଲରୁ ନିରାଶ ହେବା ପରେ ଛାତ୍ରଙ୍କ ପରିବାର ଲୋକେ ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସମ୍ପୃକ୍ତ ଛାତ୍ରକୁ ରାଗିଂ କରାଯାଇଥିବା ଓ ଏନେଇ ଅଭିଯୋଗ ପରେ ସ୍କୁଲ କର୍ତ୍ତୃପକ୍ଷ ସୋସ ପୋଲିସ ଉପସ୍ଥିତିରେ ଆପୋସ ବୁଝାମାଣ କରିଥିବା ସୂଚନା ରହିଛି । ଘଟଣାକୁ ନେଇ ପୋଲିସ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ଅଭିଯୋଗକାରୀ ଛାତ୍ର କହିଛନ୍ତି, ମୋତେ ଖରାପ କଥା ଲେଖିକି ଦେବା ପାଇଁ ସେମାନେ କହିଲେ । ମୁଁ ନଦେବାରୁ ସେମାନେ ମୋତେ ମାଡ଼ ମାରିଥିଲେ ।

ଛାତ୍ରଙ୍କ ବାପା କହିଛନ୍ତି, ମୋ ପୁଅକୁ ପୂର୍ବରୁ ସ୍କୁଲରେ ରାଗିଂ କରାଯାଇଥିଲା । ଏନେଇ ମୁଁ ପ୍ରିନ୍ସପାଲ ସାରଙ୍କୁ  ଜଣାଇଥିଲି, ହେଲେ ସେ କିଛି ବୁଝିଲେ ନାହିଁ । କିଛି ଦିନ ତଳେ ମୋ ପୁଅର ମଶାରୀ ସେମାନେ ଚିରି ଦେଇଥିଲେ । ପୁଅ ମୋତେ ଜଣାଇବା ପରେ ସ୍କୁଲକୁ ବୁଝିବାକୁ ଯାଇଥିବା ବେଳେ ପୁଅ କାନ୍ଦି କାନ୍ଦି ଆସିଥିଲା ଓ ତାକୁ ପିଲାମାନେ ମାଡ଼ ମାରିଥିବା କହିଥିଲା । ମୁଁ ଏନେଇ ଥାନାରେ ଅଭିଯୋଗ କରିଛି ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.